Monday , December 6 2021
Breaking News
Home / ବିଶେଷ / ଇଫକୋ ତରଫରୁ ପଲ୍ଲିଶ୍ରୀ କନ୍ୟାଶ୍ରମରେ ନୂତନ ଗୃହ ଉଦଘାଟନ

ଇଫକୋ ତରଫରୁ ପଲ୍ଲିଶ୍ରୀ କନ୍ୟାଶ୍ରମରେ ନୂତନ ଗୃହ ଉଦଘାଟନ

ଗରଦପୁର, ୨୩/୦୮/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ସାନଅଢଙ୍ଗା ଗ୍ରାମ ପଂଚାୟତର କୋରୁଆ ଠାରେ ଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲିଶ୍ରୀ ମହିଳା ସମିତି ଦ୍ୱାରା ପରିଚାଳିତ କନ୍ୟାଶ୍ରମରେ ଇଫକୋ, ପାରାଦ୍ୱୀପ ତରଫରୁ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟକ୍ରମ ମାଧ୍ୟମରେ ଅନ୍ତେବାସିିନୀମାନଙ୍କ ନିମନ୍ତେ ନିର୍ମାଣ କରାଯାଇଥିବା ରୋଷେଇ ଗୃହ ଉଦଘାଟିତ ହୋଇଯାଇଛି । ଇଫକୋ ପାରାଦ୍ୱୀପ ୟୁନିଟ୍ ର ଯୁଗ୍ମ ସାଧାରଣ ପରିଚାଳକ ଅଭୟ କୁମାର ମଲ୍ଲ, ସଂଯୁକ୍ତ ମହାନିର୍ଦ୍ଧେଶକ ଶାନ୍ତି ନାରାୟଣ ପଟେଲ, ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ବେଉରା, ବରିଷ୍ଠ ଅଧିକାରୀ ସବ୍ୟସାଚୀ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରି ଉକ୍ତ ନୂତନ ଗୃହକୁ ଉଦଘାଟନ କରିଥିଲେ । ତତସହିତ ଅଧିକାରୀମାନେ କନ୍ୟାଶ୍ରମ, ସ୍ୱାଧାର ଗୃହ ଇତ୍ୟାଦି ପରିଦର୍ଶନ କରି ଅନ୍ତେବାସିନୀମାନଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ । ସୂଚନାଯୋଗ୍ୟ ଇଫକୋ ଦ୍ୱାରା ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଥିବାବେଳେ ପୂର୍ବରୁ କନ୍ୟାଶ୍ରମରେ ଭୋଜନ କକ୍ଷ ନିର୍ମାଣ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *