Friday , September 22 2023
Breaking News
Home / ବିଶେଷ / ହିନ୍ଦୁ ଓ ମୁସଲିମ  ଭାଇଚାରାର ର ନିଆରା ପରମ୍ପରା : ସାଲେପୁର ରେ ପାଳିତ ହେଉଛି ରାକ୍ଷୀ  ବନ୍ଧନ ଉତ୍ସଵ

ହିନ୍ଦୁ ଓ ମୁସଲିମ  ଭାଇଚାରାର ର ନିଆରା ପରମ୍ପରା : ସାଲେପୁର ରେ ପାଳିତ ହେଉଛି ରାକ୍ଷୀ  ବନ୍ଧନ ଉତ୍ସଵ

ସାଲେପୁର, ୨୨/୦୮/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ସାରା ଜୀବନ ବିପଦ ଆପଦରୁ ରକ୍ଷା କରିବା ପାଇଁ ଭଉଣୀଟିଏ ତାର ଭାଇର ହାତରେ ରାକ୍ଷୀଟିଏ ବାନ୍ଧିଥାଏ। ଭାଇ ଭଉଣୀ ସମ୍ପର୍କର ଏଇ ନୀବିଡତା ଆଣିଥାଏ  ରାକ୍ଷୀ ବନ୍ଧନ ପର୍ବ  ।  ଶ୍ରାବଣ ମାସର ପୂର୍ଣ୍ଣିମାରେ ପାଳନ ହେଉଥିବାଏହି ପବିତ୍ର ପର୍ବ ଏଠାରେ ଟିକେ ନିଆରା । କଟକ ଜିଲ୍ଲା ସାଲେପୁର ବାରିଗୋଳ ପଞ୍ଚାୟତର ବାରିଗୋଳ ଗାଁରେ  ନିଆରା ଢଙ୍ଗରେ ପାଳନ ହୋଇଥାଏ ରାକ୍ଷୀ ପୂର୍ଣ୍ଣିମା । ଏଠାରେ  ବସବାସ କରୁଥିବା  ହିନ୍ଦୁ-ମୁସଲିମ ସବୁ ଯେମିତି  ଏକ । ସେମାନଙ୍କର  ଧର୍ମ ସିନା ଅଲଗା , ମନ କିନ୍ତୁ ଏକ ।  ଆଉ ରାକ୍ଷୀ ପୂର୍ଣ୍ଣିମା ଆସିଲେ ଭଉଣୀ ଧାଇଁଯାଏ ସେହି ମୁସଲିମ ଭାଇର ଘରକୁ ।  ଭାଇର ଶୁଭ କାମନା କରି ତା ହାତରେ ରାକ୍ଷୀ ବାନ୍ଧି ଥାଏ ହିନ୍ଦୁ ଭଉଣୀ । ଆଉ ଭାଇ ବି ଭଉଣୀର ସୁରକ୍ଷା ପାଇଁ ପଣ କରି ଥାଏ  ।    ମୁସଲମାନ ମାନଙ୍କ ଧର୍ମ ପୀଠ  ମସଜିଦ ପରିସର ରେ    ଗୋଟେ ପଟେ ମସଜିଦ ଭିତରେ ଚାଲିଥାଏ  ନମାଜ ପାଠ ଆଉ ବାହାରେ ହିନ୍ଦୁ ମୁସଲିମ ଭାଇ ଭଉଣୀ  ସବୁ ଏକାଠି ହୋଇ ପାଳନ କରୁଛନ୍ତି ରକ୍ଷା ବନ୍ଧନ ପର୍ବ. । ମୁସଲମାନ ଭାଇ  ହାତରେ  ଶ୍ରଦ୍ଧା ରେ ଫୁଲ ଚନ୍ଦନ  ଓ ମିଠା ଖୁଆଇ ବାନ୍ଧି ଦେଉଛି ହିନ୍ଦୁ ଭଉଣୀ ଟି ରାକ୍ଷୀ.  । ସେଇଭଳି ମୁସଲମାନ ଭଉଣୀ   ସ୍ନେହରେ ହିନ୍ଦୁ ଭାଇ  ହାତରେ ରାକ୍ଷୀ  ବାନ୍ଧିବା  ଭଳି ଦୃଶ୍ୟ ଦେଖିବାକୁ ମିଳେ  ସାଲେପୁର ବାରିଗୋଳ  ୱାର୍ଡ ନମ୍ବର  ୧୨  ରେ ବସ ବାସ କରୁ ଥିବା ହିନ୍ଦୁ ମୁସଲିମ ଙ୍କ ମଧ୍ୟରେ. ।

 ଆଜକୁ ୧୦ ବର୍ଷ ରୁ ଉର୍ଦ୍ଧ  ହେଵ ସମସ୍ତେ ମିଳି ମିଶି ଭାଇଚାରା  ସହ ପାଳନ କରି ଥାନ୍ତି ଵିଭିନ୍ନ ପର୍ବ ପର୍ବାଣି ବୋଲି କହିଛନ୍ତି ସାଇ ମୂରବି ଶେଖ ଇବ୍ରାହିମ୍ ଅହମ୍ମଦ ଓ ହିନ୍ଦୁ ଭଉଣୀ  ଶାନ୍ତିଲତା ବେହେରା ।  ଧର୍ମ ଅଲଗା କିନ୍ତୁ ମନ ଗୋଟିଏ । ରାକ୍ଷୀ ପୂର୍ଣ୍ଣିମା ନୁହେଁ ଓଡ଼ିଶାର୧୨ ମାସର ୧୩ ପର୍ବ ଓ ମୁସଲମାନ ମାନଙ୍କ ଦୁଇଟି ପର୍ବକୁ ହିନ୍ଦୁ ମୁସିଲମ ଏକାଠି ହୋଇ ପାଳନ କରିଥାନ୍ତି ।ଖାସ କରି ପବିତ୍ର ରକ୍ଷା ବନ୍ଧନ ଉତ୍ସବକୁ ଅପେକ୍ଷା କରିଥାନ୍ତି ମୁସଲିମ ଓ ହିନ୍ଧୁ ଭାଇ ଓ ଭଉଣୀ ମାନେ ।ଭାଇର ଶୁଭ ମନାସୀ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ, ସେହିଭଳି ଭାଇ ଭଉଣୀର ସବୁ ବିପଦ ଆପଦ ସମୟରେ ସାହା ଭରଷା ହୋଇଥାଏ।ତେବେ ଆଜକୁ ଦଶବର୍ଷ ଧରି ଏଭଳି ହିନ୍ଦୁ ମୁସଲିମ ଏକାଠି ହୋଇ ସମସ୍ତ ପର୍ବ ପାର୍ବଣ ପାଳନ କରି ଏକ ଭାଇଚାରାର ନିଦର୍ଶନ ଦେଖିବାକୁ ମିଳିଛି ।  ଧର୍ମକୁ ନେଇ ବିଭିନ୍ନ ସମୟରେ ସାମ୍ପ୍ରଦାୟିକ ଦଙ୍ଗା ହେଉଥିବା ବେଳେ କଟକ ଜିଲ୍ଲା ସାଲେପୁର ବାରିଗୋଳ ଗ୍ରାମ ଭାଇଚାରାର ପରମ୍ପରା ର ନିଆରା ଦୃଷ୍ଟିଭଙ୍ଗୀ   ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *