ନିରାକାରପୁର, ୨୨/୦୮/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସହଯୋଗ ଅନୁଷ୍ଠାନ ତରଫରୁ ସହଯୋଗ ପରିବାରର ସକ୍ରିୟ ସଭ୍ୟ ଶରତ ଚନ୍ଦ୍ର ମେକାପଙ୍କ ପୁତ୍ର ସ୍ୱାଗତ ଶେଖର ମେକାପଙ୍କ ଜନ୍ମ ଦିବସ ଉପଲକ୍ଷେ ନିରାକାରପୁରସ୍ଥିତ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ରନ୍ଧା ଖାଦ୍ୟ ଓ ଶ୍ରୀ ଜଗନ୍ନାଥ ବେଦ ସେବା ସଂସ୍ଥାନ ରକ୍ଷା ବନ୍ଧନ ଅବସରରେ ସହାୟତାରେ ଆଜି ୧୬ନଂ ଜାତୀୟ ରାଜପଥ ଓ ନୂଆ ଜଗନ୍ନାଥ ସଡ଼କରେ ବୁଲୁଥିବା ଅସହାୟ ବ୍ୟକ୍ତିମାନଙ୍କୁ ରନ୍ଧା ଖାଦ୍ୟ,ମାସ୍କ ଓ ପାଣି ବୋତଲ ବଂଟନ କରାଯିବାସହ କରୋନା ସଂପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା ।
ଏହି କାର୍ୟ୍ୟକ୍ରମରେ ସହଯୋଗ ଅନୁଷ୍ଠାନର ସକ୍ରିୟ ସଭ୍ୟ ଶରତ ଚନ୍ଦ୍ର ମେକାପ, କୃପାସିନ୍ଧୁ ପଣ୍ଡା ,ଶ୍ୟାମ ସୁନ୍ଦର ପଟ୍ଟନାୟକ, କୁନୁ ମିଶ୍ର, ଦାଶରଥି ବିଶୋଇ ଓ ପ୍ରମୁଖ ସହଯୋଗ କରିଥିଲେ । ଅନୁଷ୍ଠାନର ଆବାହକ ହିମାଂଶୁ ଭୂଷଣ ଚମ୍ପତିରାୟ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର