Saturday , December 10 2022
Home / ବିଶେଷ / ଶ୍ରୀ ଦେବୈ୍ୟଶୁକ୍ଳୟଜୁର୍ବେଦକାଣ୍ୱବେଦ ପାଠଶାଳା ଦ୍ୱାରା ରକ୍ଷାବନ୍ଧନରେ ଶ୍ରାବଣୀ ଉପାକର୍ମ ଅନୁଷ୍ଠିତ

ଶ୍ରୀ ଦେବୈ୍ୟଶୁକ୍ଳୟଜୁର୍ବେଦକାଣ୍ୱବେଦ ପାଠଶାଳା ଦ୍ୱାରା ରକ୍ଷାବନ୍ଧନରେ ଶ୍ରାବଣୀ ଉପାକର୍ମ ଅନୁଷ୍ଠିତ

ନିରାକାରପୁର,୨୨/୦୮/୨୦୨୧(ଓଡ଼ିଶା ସମାଚାର)- ସ୍ଥାନୀୟ ଦିବ୍ୟସିଂହପୁର ଶ୍ରୀ ଦେବୈ୍ୟଶୁକ୍ଳୟଜୁର୍ବେଦକାଣ୍ୱବେଦ ପାଠଶାଳା ତରଫରୁ ଆଜି ଶ୍ରାବଣୀ ଉପାକର୍ମ  ରାମେଶ୍ୱର  ଶ୍ରୀ ଜଗନ୍ନାଥବେଦ ସେବା ସଂସ୍ଥାନ ବନଦୁର୍ଗା ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ସଂସ୍କାର କର୍ମାରମ୍ଭ,କଳଶାଦି ବେବ ପୂଜନ,ଦଶବିଧ ସ୍ନାନ,ୟଜେ୍ଞାପବୀତ ଧାରଣ, ଗୋପୂଜା,ଦେବାବାହନ, ପୂଜନ,ହବନ,ବେଦାରମ୍ଭ,ବେଦପାଠ,ଆଳତି ଓ ପୁଷ୍ପାଞ୍ଜଳୀ କରାଯାଇଥିଲା ।ଅନୁଷ୍ଠିତ ଉପାକର୍ମରେ ପଣ୍ଡିତମାନେ ଛାତ୍ରମାନେ ସଂସ୍କାରଗୁଡ଼ିକର ଅନୁପାଳନ କରିବା ପରେ ତାଙ୍କର ଉପାଦେୟତା ବା ବିଷାଷ ଗୁଣ ଆଧାନ କରିବାର ଦକ୍ଷତା ପରିପ୍ରକାଶ କରିଥାଏ. ସଂସ୍କାରିତ ହେବାପରେ ହିଁ ବେଦାଧ୍ୟନରେ ପ୍ରବୃତ ହେବାର ବିଧିବାକ୍ୟ ରହିଛି । ତେଣୁ ଯଥାକାଳରେ ବିଦ୍ଧିବଦ୍ଧ ସଂସ୍କାରିତ ବାଳକ ଉତମ ଗୁଣର ଅଧିକରୀ ହୋଇଥାଏ । ସମଗ୍ର ଭାରତବର୍ଷରେ ଶ୍ରାବଣ ମାସ ପୂର୍ଣ୍ଣିମାକୁ ବୈଦିକମାନେ ଶ୍ରାବଣୀ ଉପାକର୍ମ ରୂପରେ ପାଳନ କରାଯାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।ଏହି ଅବସରରେ ବେଦ,ବେଦାଙ୍ଗ,ଉପନିଷେଦଓ ପୁରାଣ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମକୁ ବେଦଶାଳା ପ୍ରଧାନାଚାର୍ଯ୍ୟ ଡ଼ଃ କୃପାସିନ୍ଧୁ ପଣ୍ଡା ପରିଚାଳନା କରିଥିବାବେଳେ ପଣ୍ଡିତ ତପନ କୁମାର ମହାପାତ୍ର ଓ ବିଷ୍ଣୁପ୍ରିୟା ପଟ୍ଟଯୋଶୀ  ପ୍ରମୁଖ ସମେତ କିଛି ସାମ୍ବାଦିକ ,ବୁଦ୍ଧିଜୀବୀ  ଉପସ୍ଥିତଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.