କେନ୍ଦ୍ରାପଡ଼ା, ୨୨/୦୮/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ପବିତ୍ର ବଳଦେବ ଜନ୍ମୋତ୍ସବ ଏବଂ ରକ୍ଷା ବନ୍ଧନ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳୁ ଶ୍ରୀଜୀଉଙ୍କ ନୀତିକାନ୍ତି ମଧ୍ୟ ସମ୍ପନ୍ନ ହୋଇଛି । ଏଥିସହିତ ପୁରୀ ଶ୍ରୀମନ୍ଦିରରୁ ଆସିଥିବା ତିନୋଟି ପାଟ ତିଆରି ରାକ୍ଷୀକୁ ପ୍ରଭୁ ଶ୍ରୀବଳଦେବଜୀଉ, ଶ୍ରୀଜଗନ୍ନାଥ ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କୁ ଲାଗି କରାଯାଇଥିଲା । ଶନିବାର ରାତିରେ ଏହି ତିନୋଟି ରାକ୍ଷୀ ଶ୍ରୀମନ୍ଦିରରୁ ଆସି କେନ୍ଦ୍ରାପଡାରେ ପହଁଚିବା ପରେ ଶ୍ରୀଜୀଉଙ୍କ ଭଣ୍ଡାରରେ ରଖାଯାଇଥିଲା । ଆଜି ଦିଅଁମାନଙ୍କର ସମସ୍ତ ରୀତିନୀତି ସମ୍ପନ୍ନପରେ ଏହି ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର