Monday , December 6 2021
Breaking News
Home / ବିଶେଷ / ଶ୍ରୀବଳଦେବଜୀଉଙ୍କ ଜନ୍ମଦିନରେ ଦର୍ଶନ କଲେ ସାଂସଦ ଅନୁଭବ ମହାନ୍ତି

ଶ୍ରୀବଳଦେବଜୀଉଙ୍କ ଜନ୍ମଦିନରେ ଦର୍ଶନ କଲେ ସାଂସଦ ଅନୁଭବ ମହାନ୍ତି

କେନ୍ଦ୍ରାପଡ଼ା,୨୨/୦୮/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ପବିତ୍ର ଜନ୍ମଦିନ ଅବସରରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଶ୍ରୀଜୀଉଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏଥିସହିତ କେନ୍ଦ୍ରାପଡା ସଂସଦୀୟ ଅଂଚଳର ସମସ୍ତ ଜନସାଧାରଣଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ । ଦର୍ଶନ ସାରିବା ପରେ ସାଂସଦ ଶ୍ରୀ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଲେ ପବିତ୍ର ରାକ୍ଷୀପୂର୍ଣ୍ଣିମାରେ ମୁଁ  ମୋର ସଂସଦୀୟ କ୍ଷେତ୍ରର ଜନସାଧାରଣଙ୍କ ଉତମ ସ୍ୱାସ୍ଥ୍ୟ ଓ ମଙ୍ଗଳ କାମନା କରିଛି । ଏହାପରେ ସେ କହିଲେ ଆସନ୍ତା ପଂଚାୟତ ନିର୍ବାଚନ ପାଇଁ ଦଳକୁ ମଜଭୁତ କରିବାକୁ ପଡିବ । ଏହାସହ କର୍ମୀମାନଙ୍କୁ ଅଧିକ ସଂଗଠିତ ହୋଇ କାର୍ଯ୍ୟ କରିବାକୁ ପଡିବ । ଯାହା ଫଳରେ ସବୁ ପଂଚାୟତରେ ବିଜେଡି ଏହାର ଦବଦବା ବଜାୟ ରଖିବ । ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ କେନ୍ଦ୍ରାପଡା ପୌରାଂଚଳ ପ୍ରତିନିଧି ରଞ୍ଜିତ ସାହୁ, ମହାକାଳପଡା ପ୍ରତିନିଧି ପ୍ରତାପ ଚନ୍ଦ୍ର ଦାସ, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଦିପ କୁମାର ସାହୁ, ଯୁବ ନେତା ଲେଲିନ ସ୍ୱାଇଁ,  ବିଜେଡି ଜିଲ୍ଲା ଯୁବ ସମ୍ପାଦକ ମହେଶ ପାଢୀ, ରଞ୍ଜନ କୁମାର ସାହୁ, ଦେବାଶିଷ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *