Sunday , March 26 2023
Breaking News
Home / ଶିକ୍ଷା / ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତା ନିର୍ବାଚନ

ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତା ନିର୍ବାଚନ

ଭୁବନେଶ୍ୱର,୨୨/୦୮/୨୦୨୧(ଓଡ଼ିଶା ସମାଚାର)- ଗତ ଶୁକ୍ରବାର ଦିବା ୧ଘଟିକା ସମୟରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନ ସଭାକକ୍ଷରେ ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଶ୍ରୀଚନ୍ଦନଙ୍କ ସଭାପତିତ୍ୱରେ ଭୁବନେଶ୍ୱର ବ୍ଲକ୍ ଓ ମହାନଗର ନିଗମ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସାମ୍ବିଧାନିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନ, ୫-ଖାରବେଳ ନଗର,ଭୁବନେଶ୍ୱରର ଉପସଭାନେତ୍ରୀ ଶ୍ରୀମତୀ ସଂଗୀତା ଦାଶ, ମୁଖ୍ୟବକ୍ତା ଭାବରେ ମହାସଚୀବ ଶ୍ରୀଯୁକ୍ତ ଅମୀୟ ଦାଶ, ପର୍ଯ୍ୟବେକ୍ଷକ ଭାବରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ପ୍ରହରାଜ, ଖୋର୍ଦ୍ଧା ବ୍ଲକ ସଭାପତି ଶ୍ରୀଯୁକ୍ତ ଯୁଧିଷ୍ଠିର ସାହୁ, ବେଗୁନିଆ ବ୍ଲକ ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ଷଣ୍ଢ, ବାଲିପାଟଣା ବ୍ଲକ ସଭାପତି ଶ୍ରୀଯୁକ୍ତ ଆଲୋକ କୁମାର ସାହୁ ଓ ଖୋର୍ଦ୍ଧା ବ୍ଲକ ସମ୍ପାଦକ ଶ୍ରୀଯୁକ୍ତ ଅମୀୟ କୁମାର ପରିଡ଼ା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ନିମ୍ନଲିଖିତ କର୍ମକର୍ତାମାନେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ । ଉକ୍ତ ସମ୍ମିଳନୀରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ କରୋନା ନିୟମ ଅନୁପାଳନ ପୂର୍ବକ ଉପସ୍ଥିତ ଥିଲେ ।
ସଭାପତି-ଶ୍ରୀମତୀ ସୁଜାତା ଦାଶ, କାର୍ଯ୍ୟକାରୀ ସଭାପତି-ପ୍ରଭାତ କୁମାର ସେନାପତି, ଉପ-ସଭାପତି-(୧) ପ୍ରମୋଦ କୁମାର ବେହେରା (୨) ଶ୍ରୀମତୀ ମୀନାକ୍ଷୀ ପାତ୍ର, ସମ୍ପାଦକ-କିଶୋର ଚନ୍ଦ୍ର ନାୟକ, ସହ-ସମ୍ପାଦକ-(୧) ମନୋଜ କୁମାର ବେହେରା, (୨) ସୁଧାଂଶୁ ଶେଖର କିସାନ, (୩) ଶୈଳପ୍ରଭା ପଣ୍ଡା, (୪) ସୁନିତା ବେହେରା, ସଂଯୋଜକ-ମହେଶ୍ୱର ପାଢୀ, କାର୍ଯ୍ୟକାରୀ ସଂଯୋଜକ -(୧) ପୁଷ୍ପଶ୍ରୀ ତ୍ରିପାଠୀ (୨) ଶୁଶାନ୍ତ ସାହୁ (୩) ରମାକାନ୍ତ ବଡ଼ଜେନା, (୪) ଅର୍ଜୁନ କୁମାର ସେଠୀ (୫) ପ୍ରଶାନ୍ତ କୁମାର ପତି, କୋଷାଧ୍ୟକ୍ଷ-ପ୍ରଦୀପ୍ତ କୁମାର ପଣ୍ଡା, ମିଡ଼ିଆ କୋଅର୍ଡ଼ିନେଟର-ମନୋଜ କୁମାର ମଲ୍ଲିକ । ଓଡ଼ିଶା ସମାଚାର

Leave a Reply

Your email address will not be published.