Saturday , December 10 2022
Home / ବିଶେଷ / ପାଟରା ସମ୍ପ୍ରଦାୟଙ୍କ ଗହ୍ମା ପର୍ଵ ପାଳିତ

ପାଟରା ସମ୍ପ୍ରଦାୟଙ୍କ ଗହ୍ମା ପର୍ଵ ପାଳିତ

କଟକ ସଦର, ୨୨/୦୮/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): ପାଟରା ସମ୍ପ୍ରଦାୟଙ୍କ କୂଳଦେଵତା ଈଷ୍ଟଦେଵ ଶ୍ରୀ ଶ୍ରୀ ବଳଭଦ୍ର ଙ୍କ ଜନ୍ମ ଦିବସ ଗହ୍ମାପୂର୍ଣ୍ଣିମାକୁ ଗହ୍ମାପର୍ଵ ଭାଵେ ରାଜ୍ୟର ୧୪ ଗୋଟି ଶାଖା ଵା ଚକଲା( ବଳଭଦ୍ରଙ୍କ ରଥର ଚକ ୧୪ ଅନୂସାରେ)ର ପୂରପଲ୍ଲୀରେ ପ୍ରତିବର୍ଷ ପରି ଚଳିତ ବର୍ଷ ରଵିଵାର ଠାରୁ କୋଭିଡ କଟକଣାରେ ନିରାଡମ୍ବର ଭାବେ ପାଳନ କରାଯାଉଛି । ସ୍ଥାନ ଵିଶେଷରେ ଏହି ପର୍ବ କେଉଁଠି ୫ ଦିନ ଓ କେଉଁଠି ୩ ଦିନ ଧରି ପାଳନ କରାଯାଇଥାଏ ଵୋଲି ଜଣାଯାଏ।

ପ୍ରଥମ ଦିଵସରେ ଶ୍ରୀବଳଭଦ୍ର ଙ୍କୁ ଆଵାହନ କରାଯାଇ ପାଟଫୁଲି,ପାଟସୂତା,ଵିଶେଷକରି ଜାତିର ସନ୍ତକ ଆଙ୍କୁଡିକୁ ପୂଜା କରାଯାଏ। ପରବର୍ତ୍ତୀ ଦିଵସରେ ଵଡପୂଜା ଵଡ ପର୍ଵରେ ବିଭିନ୍ନ ପ୍ରକାର ପିଠାପଣା ଠାକୁରଙ୍କ ନିକଟରେ ଲାଗିକରାଯାଇ ସାଇ ପଡ଼ିଶା ବନ୍ଧୁବାନ୍ଧବ ଙ୍କୁ ବଣ୍ଟା ଯାଇଥାଏ। ଶେଷ ଉଦଯାପନୀ ଦିଵସରେ ଶାଗଭାତ ନାଁ ରେ ଅନେକ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଠାକୁରଙ୍କୁ ଲାଗି କରାଯାଇ ପୁଣି ଆରଵରଷ ପାଇଁ ଜାତିର ଶୁଭମନାସି ପର୍ଵ ଉଦଯାପିତ ହୋଇଥାଏ। ଆଜିର ଏହି ଦିଵସରେ ପାଟରା ଜାତିର ପାଟରା ବିଷୋୟୀ ଙ୍କ ଦ୍ୱାରା ତିଆରି କରାଯାଇଥିଵା ସୁନାଦିଆ ପାଟରାଖୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଠାରେ ଲାଗି ହେଵା ପରମ୍ପରା ରହିଆସିଛି। ଏହି ଅବସରରେ ରାଜ୍ୟର ଅଗଣିତ ପାଟରା ଗୋସେଇଁ ମାନଙ୍କୁ ନିଖିଳ ଉତ୍କଳ ପାଟରା ସମିତି,ପାଟଵୈଶ୍ୟ ମହାସଭା ପୁରୀ ପକ୍ଷରୁ ଅଭିନନ୍ଦନ, ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଦିଆଯାଇଛି। ସୂଚନାଯୋଗ୍ୟ ଯେ ଗ୍ରାମାଞ୍ଚଳରେ ପାଟରାଙ୍କ ଗହ୍ମାପର୍ଵ ସ୍ୱତନ୍ତ୍ର ଭାଵେ ଵାରିହୋଇ ପଡେ। ଓଡ଼ିଶା ସମାଚାର

Leave a Reply

Your email address will not be published.