Friday , September 22 2023
Breaking News
Home / ତାଜା ଖବର /  ଟ୍ରେନ ଧକ୍କାରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

 ଟ୍ରେନ ଧକ୍କାରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

ନିରାକାରପୁର, ୨୨/୦୮/୨୦୨୧(ଓଡ଼ିଶା ସମାଚାର)- ଆଜି ନିରାକାରପୁର ଷ୍ଟେସନ ଦକ୍ଷିଣ ଦିଗ କାଶୀପୁର ନିକଟରେ ଟ୍ରେନ ଧକ୍କାରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ କି ଭୁବନେଶ୍ୱର- ବାେଙ୍ଗାଲର ଏକ୍ସପ୍ରେସ ଟ୍ରେନ ଯାଉଥିବା ସମୟରେ  ଜଣେ ବ୍ୟକ୍ତି ରେଳ ଧାରଣା ଅତିକ୍ରମ କରୁଥିବାବେଳେ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବ୍ୟକ୍ତିଙ୍କ ସଂପୂର୍ଣ୍ଣ ମୁଣ୍ଡଟି ଛିନ୍ନଛତ୍ର ହୋଇ ମୃତ୍ୟୁବରଣ କରିଥିଲେ । ଘଟଣାସ୍ଥଳରେ ନିରାକାରପୁର ରେଳବାଇ ପୋଲିସ ଲିଙ୍ଗରାଜ ସେଠୀ ପହଂଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି । ମୃତକର ପରିଚୟ ମିଳି ପାରି ନଥିବାବେଳେ ସେ ଗୋଟିଏ ପତ୍ରନେଳି ରଙ୍ଗର ଚେକ ଲୁଙ୍ଗି ପିନ୍ଧିଥିଲା ।ଶରୀରର ରଙ୍ଗ ଶ୍ୟାମଳ ରଙ୍ଗର ଦେଖାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *