Monday , March 27 2023
Breaking News
Home / ବିଶେଷ / ଗୋମାତା ପୂଜନ ଓ ରକ୍ଷାବନ୍ଧନ କାର୍ୟ୍ୟକ୍ରମ

ଗୋମାତା ପୂଜନ ଓ ରକ୍ଷାବନ୍ଧନ କାର୍ୟ୍ୟକ୍ରମ

ପାରାଦ୍ୱୀପ,୨୨/୦୮/୨୦୨୧(ଓଡ଼ିଶା ସମାଚାର)-ମହାପ୍ରଭୁ ବଳଭଦ୍ର ବା ବଳରାମ ଙ୍କ ଜନ୍ମ ଦିବସ ଓ ରକ୍ଷାବନ୍ଧନ ପବିତ୍ର ଦିବସରରେ ପାରାଦ୍ୱୀପ ନିକଟସ୍ଥ ତାରେଣୀଗଡ଼ା ରେ ଅବସ୍ଥିତ ଅନନ୍ତ କଳକୀ ଆଶ୍ରମ ପରିସରରେ ଥିବା ମା ଶାରଳା ଗୋସେବା ଆଶ୍ରମରେ କୋଭିଡ଼ ନିୟମ ପାଳନ ପୂର୍ବକ ଗୋପୂଜନ ଏବଂ ରକ୍ଷା ବନ୍ଧନ କାର୍ୟ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଶ୍ରମ ପକ୍ଷରୁ ପାଖାପାଖି ଶତାଧିକ ଗୋ ମାତାଙ୍କୁ ରିତିନିତୀ ଅନୁଯାୟୀ ପୂଜା କରାଯାଇଥିଲା । କଳକୀ ଆଶ୍ରମର ବାବା ରମେଶ ଚନ୍ଦ୍ର ଦାସ (ବାୟା ବାବା) ଙ୍କ ତ୍ୱାବଧାନରେ ଶାନ୍ତିଶୃଙ୍ଖଳା ସହ ଧର୍ମୀୟ ବାତାବରଣ ରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଶ୍ରମର ଉପଦେଷ୍ଟା ନାରାୟଣ ସାହୁ, ସୁଲେଖ ରାଉତ, ସେବାୟତ ଦେବୀ ପ୍ରଦାସ ଦାସ, ପ୍ରଦୀପ ବାରିକ, ଡ଼ା. ପ୍ରସନ୍ନ କୁମାର ସାମଲ, ଡ଼ଃ ଧୃତିଧର ଦାସ, କର୍ମଜୀତ ଜେନା, ଚିନ୍ମୟ ଦାସ, ଅମିନ ସାହୁ ଏବଂ ଶ୍ରୀ ଲୋକନାଥ ଠିକାଦାର ମହାସଂଘ ର ସଭାପତି ଧିରେନ୍ଦ୍ର କୁମାର ସାମଲ ଓ ସମ୍ପାଦକ ଚିତରଞ୍ଜନ ଚୌଧୁରୀ ଙ୍କ ସକି୍ରୟ ସହଯୋଗରେ ଏହି କାର୍ୟ୍ୟକ୍ରମ ସଫଳ ହୋଇଥିବା ଆଶ୍ରମ ପକ୍ଷରୁ ପ୍ରକାଶ । ଓଡ଼ିଶା ସମାଚାର

Leave a Reply

Your email address will not be published.