ନିରାକାରପୁର, ୨୨/୦୮/୨୦୨୧(ଓଡ଼ିଶା ସମାଚାର)-ସାମାଜିକ ଅନୁଷ୍ଠାନ ପ୍ରେରଣା ତରଫରୁ ଖୋର୍ଦ୍ଧା ବ୍ଲକ ଓରବରସିଂହ ଗ୍ରାମରେ ବହୁ ମା ଭଉଣୀମାନେ ଏକତ୍ର ହୋଇ ଗଛରେ ରାକ୍ଷୀ ବାନ୍ଧିଥିଲେ । ଏ ସଂପର୍କରେ ପ୍ରେରଣାର ଅଧ୍ୟକ୍ଷ ଡ଼ଃ ଦିଲ୍ଲୀପ ଶ୍ରୀଚନ୍ଦନ କହିଥିଲେ ଗଛ ଆମକୁ ଭାଈ ପରି ସୁରକ୍ଷା ଦିଏ । ଗଛ ଆମକୁ ବଂଚାଇବା ପାଇଁ କେବଳ ଅମ୍ଳଜାନ ଦେଇ ବଂଚାଏ ତାହା ନୁହେଁ , ଗଛ ନିଜ ଫଳ ନିଜେ ନଖାଇ ଆମକୁ ଦିଏ । ଏତଦ୍ ବ୍ୟତିତ ନିମ୍ବ,ତୁଳସୀ ଗଛର ଔଷଡଧୀୟ ଗୁଣ ଆମକୁ ରୋଗମୁକ୍ତ କରେ । ତେଣୁ ଗଛ ବି ଆମକୁ ଭାଇ ପରି ସୁରକ୍ଷା ଯୋଗାଇଥାଏ । ସେ ଦୃଷ୍ଟି କୋଣରୁ ଦୀର୍ଘ ୩୦ ବର୍ଷ ଧରି ପ୍ରେରଣା ମା, ଭଉଣୀଙ୍କୁ ନେଇ ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ କରି ଆସୁଛି । ଅନୁଷ୍ଠିତ ରାକ୍ଷୀ ବନ୍ଧନ ଉତ୍ସବରେ ଓଡ଼ିଶା ବୀର ମହାସଂଘ ସଭାପତି ଡ଼ଃ ପ୍ରକାଶ ଶ୍ରୀଚନ୍ଦନ, ଓରବରସିଂହ ସମିତି ସଭ୍ୟ ଆଲୋକ ଶ୍ରୀଚନ୍ଦନ, ସମାଜସେବୀ ସଂଗ୍ରାମ କେଶରୀ ସାମନ୍ତରାୟ, ଗବେଷକ କେଦାରନାଥ ରଣଜିତ, ସାଧୁ ଚରଣ ନିସଙ୍କ, ସନ୍ଥଚରଣସିଂହ,ଓରବରସିଂହ ହାଇସ୍କୁଲ ପ୍ରଧାନଶିକ୍ଷକ ଦିବାକର ପଟ୍ଟନାୟକ ପ୍ରମୁଖ ଅତିଥିରୂପେ ଯୋଗଦେଇ ଗଛରେ ରକ୍ଷୀ ବାନ୍ଧିବାର ଉପକାରିତା ସଂପର୍କରେ ବୁଝାଇଥିଲେ । ଓଡ଼ିଶା ସମାଚାର