Wednesday , December 8 2021
Home / ବିଶେଷ / କଟକ ସହରରୁ ଏକ ବିରଳ ଏଣ୍ଡୁଅ ଉଦ୍ଧାର

କଟକ ସହରରୁ ଏକ ବିରଳ ଏଣ୍ଡୁଅ ଉଦ୍ଧାର

କଟକ , ୨୨/୦୮/୨୦୨୧(ଓଡ଼ିଶା ସମାଚାର/ ଦେବାଶିଷ ରଥ) : ଶନିବାର ରାତି ପ୍ରାୟ ୮ଟା ସମୟରେ କଟକ ମହାନଗର ନିଗମ ଅନ୍ତର୍ଗତ ମହାନଦୀ ବିହାରସ୍ଥିତ ୩୨୧ ନମ୍ବର ପ୍ଲଟରୁ ଜଣାଶୁଣା ପ୍ରତିଷ୍ଠିତ ବ୍ୟବସାୟୀ ଶ୍ରୀ ଗୋଲକ ଚନ୍ଦ୍ର କାନୁନଗୋ ଙ୍କ ଘରୁ ଏକ ବିରଳ ପ୍ରଜାତିର ଏଣ୍ଡୁଅ ଦେଖିବାକୁ ମିଳିଛି । ଏହି ଏଣ୍ଡୁଅ ଟି ନିଜର ରଙ୍ଗ ବଦଳାଉ ଥିବା ଦେଖିବାକୁ ମିଳିଥିଲା । ଏହି ପ୍ରରିପେକ୍ଷିରେ ମହାନଦୀ ବିହାର ଫରେଷ୍ଟ ରେଞ୍ଜର ଶ୍ରୀ ଦୁର୍ଗାଚରଣ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଫରେଷ୍ଟର ଚନ୍ଦ୍ର ଶେଖର ପଣ୍ଡା ଓ ଫରେଷ୍ଟ ଗାର୍ଡ ମହେନ୍ଦ୍ର ବାବୁ ଏହି ବିରଳ ପ୍ରଜାତିର ଏଣ୍ଡୁଅ କୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି । ଏହିପରି ଏଣ୍ଡୁଅକୁ  କେବେ ସ୍ଥାନୀୟ ବାସିନ୍ଦା ଦେଖି ନ ଥିବା କହିଛନ୍ତି ।ଓଡିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *