ନିରାକାରପୁର, ୨୨/୦୮/୨୦୨୧(ଓଡ଼ିଶା ସମାଚାର)-ଆଜି ଓଡ଼ିଶା ଡ଼୍ରାଇଭର ମହାସଂଘ ତରଫରୁ ଜଙ୍କିଆ ଥାନା ଆଗରେ ଏକଜୁଟ ହୋଇ ଏକ ଲିଖିତ ଅଭିଯୋଗ ପତ୍ର ସ୍ଥାନୀୟ ଗୋଡ଼ିପଡ଼ା ଟୋଲଗେଟ କର୍ମଚାରୀଙ୍କ ବିରୁଦ୍ଧରେ ପ୍ରଦାନ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ କି ସେମାନଙ୍କ କହିବା ମୁତାବକ ସେମାନେ ଗାଡ଼ିଗୁଡ଼ିକ ଏହି ଟୋଲଗେଟ ଦେଇ ଅତିକ୍ରମ କରାଉଥିବାବେଳେ ଫାଷ୍ଟଟ୍ରାକରେ ଟୋଲ ଫି କଟୁଥିଲେ ବି ଉକ୍ତ ଟୋଲଗେଟର କିଛି କର୍ମଚାରୀ ଗେଟ ପରେ ଗାଡ଼ି ଆଗକୁ ଯାଇ ଧମକାଇ ଟଙ୍କା ମାଗିବା ଭଳି ଘଟଣା ଘଟୁଛି । ଏମିତି କି ସେମାନେ ଗାଡ଼ିରୁ ବେଳେ ବେଳେ ଜିନିଷପତ୍ର ନେଇ ପଳାଉଥିବା ଭଳି ଅଭିଯୋଗ ମଧ୍ୟ କରିଛନ୍ତି । ଏହା ବିରୁଦ୍ଧରେ ସେମାନେ ସେମାନଙ୍କ କତର୍୍ୃପକ୍ଷଙ୍କୁ ଗୁହାରୀ କଲେ ବି କିଛି ଫଳ ନ ହେବାରୁ ଆଜି ଜଙ୍କିଆ ଥାନା ଆଇଆଇସିଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଲିଖିତଭାବେ ପ୍ରଦାନ କରିଛନ୍ତି । ସେହିପରି ସଂଘର କିଛି ଅଧିକାରୀ ଏକ ଗାଡ଼ିରେ ଟୋଲଗେଟ ନିକଟରେ ଛିଡ଼ା ହୋଇଥିବାବେଳେ ରାସ୍ତା ନିର୍ମାଣ କରୁଥିବା ଗୋଟିଏ ଗାଡ଼ି ତାଙ୍କ ଗାଡ଼ିକୁ ଧକ୍କା ଦେବାରୁ ଗାଡ଼ିର କିଛି ଅଂଶ ନଷ୍ଟ ହୋଇଥିଲା । ଏ ସଂପର୍କରେ ଥାନାରେ ଏତଲା ହୋଇଥିଲେ ବି ସେମାନଙ୍କ ଅଭିଯୋଗ ପ୍ରତି ସଂପୃକ୍ତ ମାଲିକ ଗୁରୁତ୍ୱ ଦେଉ ନଥିବାରୁ ସେଥିପାଇଁ ବି ଏକ ଲିଖିତ ଅଭିଯୋଗ ଦିଆଯାଇଥିବା ଜଣାପଡ଼ିଛି । ବିଭିନ୍ନ ଜିଲ୍ଲା, ବ୍ଲକରୁ ଆସିଥିବା ଡ଼୍ରାଇଭରମାନେ ଜଙ୍କିଆ ଥାନା ଆଗରେଏକଜୁଟ ହୋଇ ନାରାବାଜି କରିଥିଲେ । ଓଡ଼ିଶା ସମାଚାର