Tuesday , December 7 2021
Breaking News
Home / ବିଶେଷ / ୨ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ୍ ଅର୍ଥ ହଡ଼ପ,ଟଙ୍କା ମାଗିବାରୁ ମହିଳାଙ୍କୁ ଆକ୍ରମଣ

୨ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ୍ ଅର୍ଥ ହଡ଼ପ,ଟଙ୍କା ମାଗିବାରୁ ମହିଳାଙ୍କୁ ଆକ୍ରମଣ

କେନ୍ଦ୍ରାପଡ଼ା, ୨୧/୦୮/୨୦୨୧(ଓଡ଼ିଶା ସମାଚାର)- ଏକ ବେସରକାରୀ ସଂସ୍ଥାରେ ଖୁବ କମ ଦିନ ମଧ୍ୟରେ ଫିକ୍ସ ଡିପୋଜିଟ କଲେ ସେହି ଅର୍ଥ ଦୁଇ ଗୁଣିତ ହୋଇ ପାଇବାର ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କ ଠାରୁ ୨ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ମହିଳା ଜଣକ ସେହି ଅର୍ଥ ଫେରସ୍ତ ମାଗିବାରୁ ତାଙ୍କୁ ଆକ୍ରମଣ କରାଯାଇଛି । ଆକ୍ରମଣର ଶିକାର ହୋଇଥିବା ମହିଳା ହେଉଛନ୍ତି ଟାଉନ ଥାନା ଅନ୍ତର୍ଗତ ବଡହାଟ ଗ୍ରାମର ସବିତା ସିଂ  । ଖବର ନେବାରୁ ଜଣାପଡିଛି ସେହି ଗ୍ରାମର ଅଭିଯୁକ୍ତା ସସ୍ମିତା ସାମଲ   ସବିତା ସିଂଙ୍କୁ କହିଥିଲେ ଯେ ଏକ ବେସରକାରୀ ସଂସ୍ଥାରେ ଟଙ୍କା ଫିକ୍ସ ଡିପୋଜିଟ୍ ରଖିଲେ ଅଳ୍ପଦିନ ମଧ୍ୟରେ ଏହା ଦୁଇଗୁଣିତ ହୋଇଯିବ । ଏହି ଆଶାରେ ସବିତା ୨ ଲକ୍ଷ ଟଙ୍କା  ଫିକ୍ସ ଡିପୋଜିଟ୍ କରିିଥିଲେ । ଏ ବାବଦରେ ୨ ଲକ୍ଷ ଟଙ୍କାର ରସିଦ ମଧ୍ୟ ନେଇଥିଲେ । ହେଲେ କିଛି ଦିନ ପରେ ଜାଣିବାକୁ ପାଇଲେ ଯେ ଯେଉଁ ସଂସ୍ଥାରେ ଅର୍ଥ  ଜମା ହୋଇଛି ତାହା ଏକ ଜାଲ ସଂସ୍ଥା ବୋଲି । ତେଣୁ  ସବିତା ଟଙ୍କା ଉଠାଇ ନେବାକୁ  ସସ୍ମିତାଙ୍କୁ କହିଥିଲେ । ହେଲେ ସସ୍ମିତା ତାଙ୍କୁ ଧରା ଛୁଅାଁ ଦେଲେ ନାହିଁ । ପରନ୍ତୁ  ସସ୍ମିତା ୪ଜଣ ଗୁଣ୍ଡା ଶ୍ରେଣୀର ଯୁବକଙ୍କୁ ନେଇ ସବିତାଙ୍କ ଘରକୁ  ଯାଇ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ମରଣାନ୍ତଙ୍କ ଆକ୍ରମଣ କରିଥିଲେ ବୋଲି ସବିତା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି । ଏ ନେଇ ପ୍ରଥମେ ସବିତା ଏପ୍ରିଲ ୧୫ରେ ଟାଉନ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ କୈାଣସି ପଦକ୍ଷେପ ଗ୍ରହଣ ନକରିବାରୁ ସେ କୋର୍ଟରେ ଏକ ୧-ସିସି ମାମଲା ରୁଜୁ କରିଥିଲେ । କୋର୍ଟଙ୍କ  ନିର୍ଦେଶ କ୍ରମେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିବା ଥାନାଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

 ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ପ୍ରଣେତା,ଆଇନଜ୍ଞ,ସମାଜ ସଂସ୍କାରକ,ବିଶିଷ୍ଟ ରାଜନିତୀଜ୍ଞ,ଭାରତ ରତ୍ନ ଡକ୍ଟର ବାବା ସାହେବ …

Leave a Reply

Your email address will not be published. Required fields are marked *