Tuesday , October 3 2023
Breaking News
Home / ବିଶେଷ / ଲକ୍ଷ୍ମୀ ନୀବାସ ମିତଲଙ୍କ ପାରାଦୀପ ଗସ୍ତ

ଲକ୍ଷ୍ମୀ ନୀବାସ ମିତଲଙ୍କ ପାରାଦୀପ ଗସ୍ତ

ପାରାଦୀପ ୨୧/୦୮/୨୦୨୧(ଓଡ଼ିଶା ସମାଚାର)-ଆର୍ସେଲର ମିତଲ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀ ନୀବାସ ମିତଲ ଶନିବାର ଦିନ ଏକ ଦିନିକିଆ ପାରାଦୀପ ଗସ୍ତରେ ଆସିଥିଲେ । ଏହି ଗସ୍ତ ସମୟରେ ସେ ପାରାଦୀପରେ ଥିବା ଆର୍ସେଲର ନିପନ୍ ଷ୍ଟିଲ କମ୍ପାନୀ ପରିପର୍ଶନ କରି ସେଠାକାର ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଶ୍ରୀ ମିତଲ ପାରାଦୀପ ବନ୍ଦର ପ୍ରଶାସନିକ ଭବନରେ ପହଁଚି ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷ ଓ ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ସହ ଅଧ୍ୟକ୍ଷ ବିନୀତ କୁମାରଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥାବାର୍ତା ହୋଇ ସାରିବା ପରେ ବନ୍ଦର ଅଧିକାରୀ ମାନଙ୍କ ସହ ନିଷିଦ୍ଧାଂଚଳରେ ବନ୍ଦର କାର୍ଯ୍ୟ ବୁଲି ଦେଖିଥିଲେ । ତେବେ କେନ୍ଦ୍ରାପଡାରେ ପ୍ରସ୍ତାବିତ ଷ୍ଟିଲପ୍ଲାନ୍ଟ ଅଂଚଳ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଥିବା ବିଶେଷ ସୁତ୍ରରୁ ପ୍ରକାଶ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *