Wednesday , June 29 2022
Breaking News
Home / ରାଜନୀତି / ରାଜୀବ ଗାନ୍ଧୀ ଷ୍ଟୁଡେନ୍ଟସ ଫୋରମ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ  ପାଳିତ

ରାଜୀବ ଗାନ୍ଧୀ ଷ୍ଟୁଡେନ୍ଟସ ଫୋରମ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ  ପାଳିତ

କେନ୍ଦ୍ରାପଡ଼ା, ୨୧/୦୮/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ରାଜୀବ ଗାନ୍ଧୀ ଷ୍ଟୁଡେନ୍ଟସ ଫୋରମ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତୀ ରାଜୀବ ଗାନ୍ଧୀଙ୍କ ୭୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଫୋରମ ପକ୍ଷରୁ ଜିଲ୍ଲା ସଭାପତି ଉମେଶ ପାଢୀଙ୍କ ନେତୃତ୍ୱରେ କେନ୍ଦ୍ରାପଡା ସହର ଉପକଣ୍ଠ ଦୁହୁରିଆ କୁଷ୍ଠକଲୋନୀର  ଅନ୍ତେବାସୀମାନଙ୍କୁ ଶୁଖିଲା ଖାଦ୍ୟ ସହିତ କରୋନା ସହାୟତା ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଂଗ୍ରେସ ପଛୁଆବର୍ଗ ସେଲର ରାଜ୍ୟ ଉପାଧ୍ୟକ୍ଷ ଫକିର ଚରଣ ଖଟୁଆ, ଆଇ.ଏନ.ଟି.ୟୁ.ସି.ର ରାଜ୍ୟ ଉପସଭାପତି ସନ୍ତୋଷ କୁମାର ବେହେରା, ରାଜୀବ ଗାନ୍ଧୀ ଷ୍ଟୁଡେନ୍ଟସ ଫୋରମର ରାଜ୍ୟ ସାଧାରଣ ସମ୍ପାଦକ ରଶ୍ମିରଞ୍ଜନ ଚୌଧୁରୀ ପ୍ରମୁଖ ଯୋଗଦେଇ କୁଷ୍ଠ କଲୋନୀର ଅନ୍ତେବାସୀମାନଙ୍କୁ ଶୁଖିଲା ଖାଦ୍ୟ ଓ କରୋନା ସହାୟତା ବଂଟନ କରିଥିଲେ । ଏଥିସହିତ ଚିକତ୍ିସାଧିନ ଅବସ୍ଥାରେ କରୋନାରେ ମୃତୁ୍ୟ ବରଣ କରିଥିବା ଯୁବ କଂଗ୍ରେସର ସଂଗଠକ ସଂଗ୍ରାମ ଜେନାଙ୍କ ଆତ୍ମାରସଦଗତି ପାଇଁ ୨ମିନିଟ ନୀରବ ପ୍ରାର୍ଥନା ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଫୋରମର ସଦସ୍ୟମାନେ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

କନ୍ଧମାଳ ଜିଲ୍ଲା ବିଜେପି ତରଫରୁ କଳା ଦିବସ ପାଳନ

କନ୍ଧମାଳ,୨୫/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଠାକୁରାଣୀ ଯାତ୍ରା କାର୍ଯ୍ୟଳୟ ଠାରେ ଜିଲ୍ଲା ବିଜେପି ଦଳ …

Leave a Reply

Your email address will not be published. Required fields are marked *