Tuesday , December 6 2022
Home / ଶିକ୍ଷା / ମଠକରଗୋଳା ମହାବିଦ୍ୟାଳୟରେ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଉଦଘାଟିତ

ମଠକରଗୋଳା ମହାବିଦ୍ୟାଳୟରେ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଉଦଘାଟିତ

ଭୁବନ ୨୧/୦୮/୨୦୨୧(ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟରେ ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଚିତ ରଂଜନ ଦାସ ଉଦଘାଟନ କରି ସମସ୍ତ ବ୍ୟକ୍ତିର ଶରୀର ସୁସ୍ଥ ରହିଲେ ଦେଶସୁସ୍ଥ ରହିବ ଏବଂ ଛାତ୍ର ଛାତ୍ରୀ ମାନେ ସର୍ବଦା ଶାରୀରିକ ଓ ମାନସିକ ସ୍ତରରେ ଫିଟ୍ ରହିବା ପାଇଁ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଭ୍ୟନ୍ତରୀଣ ଗୁଣବତା ପ୍ରକୋଷ୍ଠ ସଂଯୋଜକ ଡଃ କୈଳାସ ଚନ୍ଦ୍ର ଦାସ ଯୋଗଦେଇ ଛାତ୍ରଛାତ୍ରୀ ମାନେ ଗଣଦୌଡ,ଉଚ୍ଚଡିଆ,ଲମ୍ବଡିଆଁ,ସାଇକେଲ ରେସ,ଜାଭଲିନ ଥ୍ରୋ,ସଟପୁଟ ଓ ସୂର୍ଯ୍ୟ ନମସ୍କାର ଇତ୍ୟାଦି ବ୍ୟାୟାମ କରି ସୁସ୍ଥ ରହିବାକୁ ଉତ୍ସାହିତ କରିଥିଲେ । ପଦାର୍ଥ ବିଜ୍ଞାନ ଡେମୋନଷ୍ଟ୍ରେଟର ଲଳିତ କୁମାର ବେହେରା ଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ରଶ୍ମୀ ରଂଜନ ମହାପାତ୍ର,ହିମାଂଶୁ ସ୍ୱରାଜ ମହାନ୍ତ,ସୁରେନ୍ଦ୍ର କୁମାର ସିଂ,ବିନୟ କୁମାର ଦାସ,ଶୁଭେନ୍ଦୁ ଶେଖର ପରିଡା,ପ୍ରଦୀପ୍ତ କୁମାର ସାହୁ,ଅଧ୍ୟାପିକା ସ୍ୱପ୍ନିତା ରାଉତ ପ୍ରମୁଖ ଉଦବୋଧନ ଦେଇ ଏହି କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀଜୟନ୍ତୀ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦେଇଥିଲେ । ବରିଷ୍ଠ କର୍ମଚାରୀ ଫକିର ମୋହନ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.