Sunday , November 28 2021
Breaking News
Home / ଶିକ୍ଷା / ମଠକରଗୋଳା ମହାବିଦ୍ୟାଲୟରେ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ ଅନୁଷ୍ଠିତ

ମଠକରଗୋଳା ମହାବିଦ୍ୟାଲୟରେ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନ ୨୧/୦୮/୨୦୨୧(ଓଡ଼ିଶା ସମାଚାର)-ମଠକରଗୋଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଅଗଷ୍ଟ ୧ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଚିତ ରଂଜନ ଦାସ ଉଦଘାଟନ କରି ସ୍ୱେଚ୍ଛାସେବୀ ମାନେ ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ । ଆଭ୍ୟନ୍ତରୀଣ ଗୁଣବତା ପ୍ରକୋଷ୍ଠ ସଂଯୋଜକ ଡଃ କୈଳାସ ଚନ୍ଦ୍ର ଦାସ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଜାତୀୟ ସେବା ଯୋଜନା ଯୁକ୍ତ ଦୁଇ କାର୍ଯ୍ୟକ୍ରମ ଅଧିକାରୀ ପ୍ରଦୀପ୍ତ କୁମାର ସାହୁ ଓ ଯୁକ୍ତ ତିନ କାର୍ଯ୍ୟକ୍ରମ ଅଧିକାରୀ ସୁରେନ୍ଦ୍ର କୁମାର ସିଂ,ବାଳିକା ଶାଖା କାର୍ଯ୍ୟକ୍ରମ ଅଧିକାରିଣୀ ଶ୍ରୀଲେଖା ରାୟ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ମହାବିଦ୍ୟାଳୟ ଚତୁପାଶ୍ୱର୍ ସଫେଇ କରିବା ସହ ବିଭିନ୍ନ ସ୍ଥାନରେ ସଫେଇ ସାଙ୍ଗକୁ କୋଭିଡ-୧୯ ସଂପର୍କରେ ଜନସଚେତନତା କାର୍ଯ୍ୟକ୍ରମ କରି ଲୋକଙ୍କୁ ମାସ୍କ,ସାନିଟାଇଜର ବଣ୍ଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପଦାର୍ଥ ବିଜ୍ଞାନ ଡେମୋନଷ୍ଟ୍ରେଟର ଲଳିତ କୁମାର ବେହେରା,ଅଧ୍ୟାପକ ହିମାଂଶୁ ସ୍ୱରାଜ ମହାନ୍ତ,ନବ କିଶୋର ସି,ପ୍ରବୀର ବିଶ୍ୱାଳ,ଫକିର ମୋହନ ଲେଙ୍କା  ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।  ୭୫ ତମ ସ୍ୱାଧିନତା ଦିବସ ପାଳନ ପରେ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ଓ ସ୍ୱେଚ୍ଛାସେବୀ ମାନଙ୍କୁ ପ୍ରଶଂସାପତ୍ର ବଣ୍ଟନ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

କନ୍ଦରପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷଙ୍କ ପଦୋନ୍ନତି ଜାଲିଆତି ପର୍ଦ୍ଧାଫାଶ କଲେ ସରକାର

କଟକ ସଦର, ୨୫/୧୧/୨୦୨୧(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କନ୍ଦରପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଅଭିନେତା ଅଭୟ ମହାନ୍ତି ଜାଲ ରିଫ୍ରେସର …

Leave a Reply

Your email address will not be published. Required fields are marked *