Saturday , November 27 2021
Breaking News
Home / ରାଜନୀତି / ପେଟ୍ରୋଲ, ଡିଜେଲ୍ ଓ ରନ୍ଧନଗ୍ୟାସ୍ ଦରବୃଦ୍ଧି ବିରୁଦ୍ଧରେ ସମାଜବାଦୀ ପାର୍ଟିର ବିକ୍ଷୋଭ

ପେଟ୍ରୋଲ, ଡିଜେଲ୍ ଓ ରନ୍ଧନଗ୍ୟାସ୍ ଦରବୃଦ୍ଧି ବିରୁଦ୍ଧରେ ସମାଜବାଦୀ ପାର୍ଟିର ବିକ୍ଷୋଭ

ଭୁବନେଶ୍ୱର,୨୧/୦୮/୨୦୨୧(ଓଡ଼ିଶା ସମାଚାର)- ପେଟ୍ରୋଲ୍, ଡିଜେଲ୍ ଲିଟର ପିଛା ୧୦୦ ଟଙ୍କା ଉପରେ ଥିଲାବେଳେ ରନ୍ଧନଗ୍ୟାସ ପ୍ରତି ମାସରେ ବଢ଼ିଚାଲିଛି  । ଗତ ୭ ମାସ ଭିତରେ ଜାଳେଣି ଗ୍ୟାସ୍ ୧୪.୨କି.ଗ୍ରା. ସିଲିଣ୍ଡର ପିଛା ୧୬୫ ଟଙ୍କା ବୃଦ୍ଧି ପାଇଛି  । ଏ ଦେଶର ଗୃହିଣୀମାନଙ୍କର ରନ୍ଧନଶାଳା ଉପରେ ଚରମ ଆକ୍ରମଣ ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ସଭାପତି ରବି ବେହେରା ପ୍ରଶ୍ନ କରିଛନ୍ତି  । ପାର୍ଟି ପକ୍ଷରୁ ରାଜଭବନ ସମ୍ମୁଖରେ ଅନୁଷ୍ଠିତ ଏକ ବିକ୍ଷୋଭରେ ଶତାଧିକ ଦଳୀୟ କର୍ମୀ ଗ୍ୟାସ୍, ସିଲିଣ୍ଡର ଧରି ପେଟ୍ରୋଲ୍, ଡିଜେଲ୍ ଦରବୃଦ୍ଧି ବନ୍ଦ କର, ମୋଦି ସରକାର ତୁମ ଆଚ୍ଛେଦିନର ପ୍ରତିଶ୍ରୁତି ଗଲା କୁଆଡ଼େ ? ଜାଳେଣୀ ଗ୍ୟାସ୍ ୭ ମାସରେ ୧୬୫ ଟଙ୍କା ଦରବୃଦ୍ଧି କାହିଁକି ଉର ଚାହୁଁ ଉତର ଦିଅ । ପେଟ୍ରୋଲ୍, ଡିଜେଲ୍କୁ ଜି.ଏସ୍.ଟି. ଅନ୍ତର୍ଭୁକ୍ତ ଆମର ଦାବି ଇତ୍ୟାଦି ସ୍ଲୋଗାନ୍ ଦେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା  । କରୋନା ସଙ୍କଟ ସମୟରେ ବହୁ ଲୋକଙ୍କ ଜୀବନ ଜୀବିକା ବିପଦରେ ପଡ଼ିଥିଲା ବେଳେ ଲୋକ ଚାକିରୀ ହରାଇ ଦୁର୍ଦ୍ଧିନରେ ଦିନ କାଟୁଥିବା ସମୟରେ ମୋଦି ସରକାରଙ୍କ ଭୁଲ୍ ନୀତି ଯୋଗୁଁ ଆଜି ମହଙ୍ଗାମାଡ଼ ସେମାନଙ୍କର ଜୀବନ ଜୀବିକାକୁ ଧ୍ୱଂସ କରିଦେଇଛି  । ବହୁ ଲୋକଙ୍କ ଘରେ ବେଳାଏ ଚୁଲି ଜଳିଲେ ଆଉ ବେଳାଏ ଉପାସ  । କାମ ନପାଇ ଗରିବ, ଖଟିଖିଆ, ଦିନମଜୁରିଆମାନେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି  । ଏହି ସମୟରେ ପ୍ରତି ମାସରେ ଜାଳେଣି ଗ୍ୟା ଦର ବୃଦ୍ଧି ପାଇବାରେ ଲାଗିଛି  । ଖାଇବା ତେଲ ଲିଟର ପିଛା ୨୦୦ ଟଙ୍କାରେ ପହଂଚିଲାଣି  । ଡାଲି ୧୦୦ ରୁ ୧୨୦ ଟଙ୍କା, ପେଟ୍ରୋଲ୍, ଡିଜେଲ୍ର ଦର ବୃଦ୍ଧି ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ପ୍ରତିଦିନ ଦରବୃଦ୍ଧି ଘଟିଚାଲିଛି  । ଦରଦାମ୍ ବୃଦ୍ଧିକୁ ରୋକିବା ପରିବର୍ତେ ସରକାର ନିଜର ରାଜକୋଷର ବୃଦ୍ଧି ପାଇଁ ଲୋକଙ୍କ ଉପରେ ଟିକସ ଲଦି ଚାଲିଛନ୍ତି  । ଏହାକୁ ସମାଜବାଦୀ ପାର୍ଟି ନିନ୍ଦା କରିବା ସେଙ୍ଗସେଙ୍ଗ ସାଧାରଣ ଗରିବ ଲୋକଙ୍କର ଜୀବନ ଜୀବିକାର ସୁରକ୍ଷା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛି  । ଏହି ବିକ୍ଷୋଭରେ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଦଳର ବରିଷ୍ଠ ନେତା ବିଜୟ ବେହେରା, କୋଷାଧ୍ୟକ୍ଷ ସଂଜୟ ନାୟକ, ଯୁବ ଜନସଭାର ଜାତୀୟ ସମ୍ପାଦକ ସୁନୀଲ୍ ମିଶ୍ର, ରାଜ୍ୟ ଯୁବ ଜନସଭା ସଭାପତି ସୁବ୍ରତ ଲେଙ୍କା ଓ ସମ୍ପାଦକ ସୁଶୀଲ ହୋତା, ଛାତ୍ରନେତା ସୌମ୍ୟରଂଜନ ଦାସ ଏବଂ ନାରୀ ନେତ୍ରୀ ରୀତା ପଟ୍ଟନାୟକ ଓ ସୁଧାରାଣୀ ସାହୁ ପ୍ରମୁଖ ଯୋଗଦେଇ ଉଦବୋଧନ ଦେବା ସହିତ ତୁରନ୍ତ ବର୍ଦ୍ଧିତ ଗ୍ୟାସ୍ ଦର ପ୍ରତ୍ୟାହାର କରିବାକୁ ଦାବି କରିଥିଲେ  । ସରକାର ଦରଦାମ୍ ବୃଦ୍ଧି ରୋକିବା ପାଇଁ ସଠିକ୍ ଗ୍ରହଣ ନକଲେ ସମାଜବାଦୀ ପାର୍ଟି ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ବେହେରା ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି  । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

କେନ୍ଦ୍ରାପଡ଼ା, ୨୪/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସହରର କଜଳା ସ୍ଥିତ ଜିଲ୍ଲା କଂଗ୍ରେସ …

Leave a Reply

Your email address will not be published. Required fields are marked *