Friday , September 29 2023
Breaking News
Home / ବିଶେଷ / ପୂର୍ବତନ ଜିଲ୍ଲାପାଳ ଓ ପୋଲିସ ମହାନିର୍ଦ୍ଧେଶକଙ୍କୁ ଢେଙ୍କାନାଳ ଗୌରବ ସମ୍ମାନ ପ୍ରଦାନ

ପୂର୍ବତନ ଜିଲ୍ଲାପାଳ ଓ ପୋଲିସ ମହାନିର୍ଦ୍ଧେଶକଙ୍କୁ ଢେଙ୍କାନାଳ ଗୌରବ ସମ୍ମାନ ପ୍ରଦାନ

ଭୁବନ ୨୧/୦୮/୨୦୨୧(ଓଡ଼ିଶା ସମାଚାର)-ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ଇତିହାସ ଲୋକାର୍ପଣ ଉତ୍ସବରେ ପୂର୍ବତନ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଓ ପୂର୍ବତନ ପୋଲିସ ମହାନିର୍ଦ୍ଧେଶକ ଶରତ ଚନ୍ଦ୍ର ମିଶ୍ରଙ୍କୁ ସେମାନଙ୍କ କର୍ମମୟ ଜୀବନକୁ ଉଚ୍ଚ ପ୍ରଶଂସା କରି ଓଡିଶା ପୂଜ୍ୟପୂଜା ପରିଷଦ ତରଫରୁ ଢେଙ୍କାନାଳ ଗୌରବ ସମ୍ମାନ ପ୍ରଦାନ କରାଯାଇଛି । ଜିଲ୍ଲାପାଳ ଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପୁସ୍ତକ ଲୋକାର୍ପଣ ଉତ୍ସବରେ ପୂର୍ବତନ ପୋଲିସ ମହାନିର୍ଦ୍ଧେଶକ ଶରତ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଟ ଆଇନଜୀବୀ ମନୋଜ କୁମାର ମିଶ୍ର,ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଧେଶକ ରଂଜନ କୁମାର ଦାସ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଏହି ଉପାଧି ପ୍ରଦାନ କରିଥିବା ବେଳେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ଇତିହାସ ପୁସ୍ତକ ଲେଖକ ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଙ୍କୁ ମଧ୍ୟ ପ୍ରଶଂସାପତ୍ର,ଉତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଉତ୍ସବରେ କବିସାରଥି ଡଃ ଗିରିଜା ଶଙ୍କର ଶ୍ରୀଚନ୍ଦ୍ର ମହାପାତ୍ର,ଅବନୀ କୁମାର ମିଶ୍ର,ଅତିରିକ୍ତ ଜିଲ୍ଲାପାଳ ଶଶି ଭୂଷଣ ଦାଶ,ଭଦ୍ରକ ର ପୂର୍ବତନ ଜିଲ୍ଲାପାଳ ଅକ୍ଷୟ କୁମାର ପାଣି,ବାଲେଶ୍ୱର ର ପୂର୍ବତନ ଜିଲ୍ଲାପାଳ ସନାତନ ମଲ୍ଲିକ,ଡଃ ରବୀନ୍ଦ୍ର କୁମାର ସାହୁ,ଚିତ୍ରଶିଳ୍ପୀ ନାରାୟଣ ସାହୁ,ନାରୀକବି ବିଳାସିନୀ ପୃଷ୍ଟି ପ୍ରମୁଖଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *