Tuesday , October 3 2023
Breaking News
Home / ବିଶେଷ / ପାଟରା ଵିଶୋଇଙ୍କ ଦ୍ୱାରା ମହାପ୍ରଭୁଙ୍କ ରାଖୀ ପ୍ରସ୍ତୁତି ସରିଲା, ଆସନ୍ତା କାଲି ରାଖୀ ପୂର୍ଣ୍ଣିମା ରେ ଲାଗି ହେଵେ

ପାଟରା ଵିଶୋଇଙ୍କ ଦ୍ୱାରା ମହାପ୍ରଭୁଙ୍କ ରାଖୀ ପ୍ରସ୍ତୁତି ସରିଲା, ଆସନ୍ତା କାଲି ରାଖୀ ପୂର୍ଣ୍ଣିମା ରେ ଲାଗି ହେଵେ

କଟକ ସଦର, ୨୧/୦୮/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ମାନଵୀୟ ରିତିନିତିରେ ଭଉଣୀ ର ରକ୍ଷା କଵଚ ସାଜିଵାକୁ ଭାଇ ହାତରେ ଭଉଣୀ ରାକ୍ଷୀ ଵାନ୍ଧି ଶୁଭ ମନାସିଵା ପ୍ରଥା ଚଳି ଆସୁଥିବାବେଳେ ମହାପ୍ରଭୁଙ୍କର ମଧ୍ୟ ଏହି ପ୍ରଥା ବାଦ୍ ପଡିନି । ଏଥିପାଇଁ ଗହ୍ମା ପୂର୍ଣ୍ଣିମା ଵା ରାଖୀ ପୂର୍ଣ୍ଣିମା ରେ ଭଉଣୀ ସୁଭଦ୍ରା ଦୁଇ ଭାଇଙ୍କୁ ରାଖୀ ପିନ୍ଧାଇଵା ଶ୍ରୀମନ୍ଦିରରେ ପାରମ୍ପରିକ ପର୍ବ କେଉଁ ଅନାଦି କାଳରୁ ପ୍ରଚଳିତ ହୋଇ ଆସୁଛି। ଏଥିପାଇଁ ଆସନ୍ତା କାଲି ରବିବାରରେ ଶ୍ରୀ ମନ୍ଦିରରେ ରାଖୀ ଲାଗି କରାଯିଵ। ପୁଷ୍ପାଳକ ସେବକମାନେ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ରଙ୍କ ଦୁଇ ଭୂଜରେ ସୁନା ଲାଗିଥିବା ପାଟରାଖୀ ଓ ଗୁଆମାଳ ଲାଗି କରିଵେ। ଶ୍ରୀ ମନ୍ଦିରରେ ବିଭିନ୍ନ ସେଵା ମଧ୍ୟରେ ପାଟରା ସେଵାୟତଙ୍କ ସେଵା ଅନନ୍ୟ ହୋଇଥିଵା ଵେଳେ ରାଖୀ ତିଆରି କେଵଳ ସେହି ପାଟରା ଵିଶୋଇ ଵା ପାଟ ଵିଶୋଇ ସେବକମାନେ ହିଁ କରି ଥାଆନ୍ତି। ପୁରୀର ପାଟରା ଵିଶୋଇ ସେଵକ ଜଗନ୍ନାଥ ପାତ୍ର ଙ୍କ ଘରେ ରାଖୀ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ । ପାଟ ରାଖୀ ପ୍ରସ୍ତୁତି ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଵାସୁଙ୍ଗା ପାଟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଏ। ସୂଚନାଯୋଗ୍ୟ ଯେ ଏହି ପାଟରାଖୀ ପାଟ ଵିଶୋଇ ପରମ୍ପରାକୁ କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଅପଭ୍ରଂଶ କରି କେତେକ ଅଣ ସମ୍ପ୍ରଦାୟଙ୍କ ଜରିଆରେ ନିଜର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ଦେଖାଯାଉଛି। ଠାକୁରଙ୍କ ଏଭଳି ମହନୀୟ କାର୍ଯ୍ୟକୁ ଯେଉଁମାନେ ଅପଭ୍ରଂଶ କରିବାକୁ ଅପଚେଷ୍ଟା କରୁଛନ୍ତି ସେମାନଙ୍କ କାର୍ଯ୍ୟକ୍ରମକୁ ନିଖିଳ ଉତ୍କଳ ପାଟରା ସମିତି, ପାଟଵୈଶ୍ୟ ମହାସଭା, ପୁରୀ ପକ୍ଷରୁ ନିନ୍ଦା କରାଯିବା ସହିତ ଏହାଧ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନଙ୍କ ନିକଟରେ ନିବେଦନ କରାଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *