Wednesday , December 8 2021
Home / ସ୍ୱାସ୍ଥ୍ୟ / ଟୀକାଦାନ   ବାତିଲ ହେବାରୁ  ଜନ ଅସନ୍ତୋଷ,  ତୀବ୍ର ଉତ୍ତେଜନା

ଟୀକାଦାନ   ବାତିଲ ହେବାରୁ  ଜନ ଅସନ୍ତୋଷ,  ତୀବ୍ର ଉତ୍ତେଜନା

କିଶନନଗର, ୨୧/୦୮/୨୦୨୧ (ଓଡିଶା ସମାଚାର /ଅଭୟ ଜେନା ) – କଟକ ସଦର ନିର୍ବାଚନ ମଣ୍ଡଳୀ ତଥା  କିଶନନଗର ଥାନା ଅରିଲୋ ପଞ୍ଚାୟତର ଅରିଲୋ ସ୍କୁଲରେ ସ୍ଥାନୀୟ ଦିବ୍ୟାଙ୍ଗ,ବୃଦ୍ଧ ତଥା ମହିଳା ଓ ଜନସାଧାରଣଙ୍କୁ ସୁବିଧାରେ ଭାକ୍ସିନ୍ ଦେବାପାଇଁ ଉତ୍କଳ ବିକାଶ ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ବରେ କାର୍ୟ୍ୟକର୍ତା ମାନେ ସିଡିଏମଓ ଙ୍କ ଅନୁରୋଧ କ୍ରମେ , ବେଣ୍ଟକାର ଓ କିଶନନଗର ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କ ଅନୁମତି କ୍ରମେ ଭାକ୍ସିନ୍ କ୍ୟାମ୍ପ୍ କରାଯାଇଥିଲା । ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ପୂର୍ବ ରାତିରେ ଅନୁମତି ଦେଇଥିଲେ । ମାତ୍ର ଶୁକ୍ରବାର ସକାଳୁ ଅନୁମତି ପତ୍ର,ଦରଖାସ୍ତ ଆଦିର ବାହାନା କରି ଭାକ୍ସିନ୍ ସହ ଡାକ୍ତରୀ ଟିମକୁ ଫେରାଇ ଦେଇଥିଲେ । ଯାହାକି କାହା ଚାପରେ ଏସବୁ କରାଯାଇଛି ବୋଲି ଉପସ୍ଥିତ ଲୋକେ  ଓ ଭାକ୍ସିନ୍ ନେବା ପାଇଁ ଆସିଥିବା ଗ୍ରାମବାସୀ ଉତ୍ୟକ୍ତ ହୋଇ  ସ୍କୁଲ୍ର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ତୀବ୍ର ବିରୋଧ କରିବାସହ ଦୃଢ଼ ନିନ୍ଦାକରିଥିଲେ । ଏହାକୁ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ହୀନମନ୍ୟତା ବୋଲି ମତ ବ୍ୟକ୍ତ କରିଛନ୍ତି  ।  ପରେ ଦେଖିବାକୁ ମିଳିଛି  ଜୈନିକ ଠିକାଦାର ସ୍କୁଲ୍ ପରିସରକୁ ନିଜର ବ୍ୟକ୍ତିଗତ ସମ୍ପତ୍ତି  ଭାବେ ବ୍ୟବହାର କରିଆସୁଛନ୍ତି ବୋଲି ଅଭିଯୋଗ ହୋଇଛି । ତେବେ ଦଳୀୟ   ଚାପ ପକାଇ ଭାକ୍ସିନେସନ୍ କାର୍ୟ୍ୟକ୍ରମକୁ ବନ୍ଦ କରାଇଛନ୍ତି ବୋଲି ସାଧରଣରେ ଅଭିଯୋଗ  ହେଉଛି । ଓଡିଶା ସମାଚାର

About admin

Check Also

୧୨ ରେ କଟକ ଆସିଵେ ମୂଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ, ଵିଏସକେୱ।ଇ ର କରିଵେ ଶୁଭାରମ୍ଭ

କଟକ ସଦର, ୦୪/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଲୋକଙ୍କୁ ମାଗଣାରେ ଉନ୍ନତ ମାନର ସ୍ୱ।ସ୍ଥ୍ୟ ସେଵା ଯୋଗାଇ ଦେବାକୁ …

Leave a Reply

Your email address will not be published. Required fields are marked *