କଟକ, ୨୧/୦୮/୨୦୨୧(ଓଡ଼ିଶା ସମାଚାର)- କଟକ ସଦର ବୟାଳିଶମୌଜା ଟାଇଁକଣା ଗ୍ରାମର ତଥା ସଂଖତ୍ରାସ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ସ୍ଵର୍ଗତ ଦାମୋଦର ପତିଙ୍କ ଦ୍ୱାଦଶାହରେ ପୂଜ୍ୟପୂଜା ପରିଷଦ ଆନୁକୁଲ୍ୟରେ ତାଙ୍କ ଗ୍ରାମରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଯୁଧିଷ୍ଠିର ପତି, ଶିକ୍ଷାବିତ୍ ପ୍ରଫୁଲ୍ଲ ମହାପାତ୍ର, ବିଶିଷ୍ଟ ରାଜନୀତିଜ୍ଞ ସୁରେନ୍ଦ୍ରନାଥ ବେହେରା, ପଣ୍ଡିତ ଜଗଦୀଶ ତ୍ରିପାଠୀ, ବଂଶୀଧର ପରିଡ଼ା,ଗଗନ ବିହାରୀ ବିଶ୍ବାଳ,କବି ଅଭୟ ମହାପାତ୍ର, ଅଧ୍ୟାପକ ପ୍ରଦୀପ ବିଶ୍ଵାଳ, ସମାଜସେବୀ ଦିପକ ପରିଡା, ପ୍ରାଧ୍ୟାପକ ଜମାନ୍ ଖନ୍, ବ୍ଲକ ଉପାଧ୍ୟକ୍ଷ ବିଭୂତି ପରିଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରତ୍ନାକର ବେହେରା, ସାହିତ୍ୟିକ ତଥା ଦିବ୍ୟାଲୋକ ସନ୍ଧାନେ ଆଧ୍ୟାତ୍ମିକ ପତ୍ରିକାର ମୁଖ୍ୟ ସମ୍ପାଦକ ଶରତ ରଥ, ଶିକ୍ଷାବିତ୍ ବିଚିତ୍ରନନ୍ଦ ମିଶ୍ର, କବି ଶରତ ରାୟ, ସମବାୟ ସମିତିର ପୂର୍ବତନ ଅଧ୍ୟକ୍ଷ ବିଜୟ କୁମାର ରାଉତରାୟ, ନାଟ୍ୟକାର ପ୍ରବୋଧ ଦୀକ୍ଷିତ, ଶିକ୍ଷାବିତ୍ ସୂର୍ଯ୍ୟମଣି ପରିଜା, ସମାଜସେବୀ ସନ୍ତୋଷ ପତି, ସ୍ତମ୍ଭକାର ତଥା ପ୍ରବଚକ ଶ୍ରୀ ସନ୍ନ୍ୟାସୀ, ଜିଲ୍ଲା କଂଗ୍ରେସ ସଭପତି ମାନସ ଚୌଧୁରୀ,୪୨ ମୌଜା ଜୋନ୍ ର କଂଗ୍ରେସ ସଭାପତି ଗଣେଶ୍ୱର ପରିଡା,ପ୍ରକାଶ ଚୌଧୁରୀ, ସୁକାନ୍ତ ଚୌଧୁରୀ, ପ୍ରବଚକ ପ୍ରଦୀପ୍ତ ମହାପାତ୍ର, ହାସ୍ୟ ଅଭିନେତା ନବକିଶୋର ନାୟକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଓଡ଼ିଶା ସମାଚାର
Check Also
କିଶନନଗର ଥାନା ପରିସରରେ ଆତ୍ମାହୁତି ଘଟଣାରେ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ନୋଟିସ
କଟକ , ୨୪ /୬/୨୦୨୨(ଓଡ଼ିଶା ସମାଚାର ): କଟକ ଜିଲା କିଶନନଗର ଥାନା ପରିସରରେ ଦେହରେ ନିଆଁ ଲଗାଇ ଆତ୍ମାହୁତି …