କେନ୍ଦ୍ରାପଡ଼ା, ୨୧/୦୮/୨୦୨୧(ଓଡ଼ିଶା ସମାଚାର)- ଚୋରା କଳାପଥର କାରବାର ଅଭିଯୋଗରେ କେନ୍ଦ୍ରାପଡା ଟାଉନ୍ ଥାନା ପୋଲିସ ଦୁଇଟି ଟ୍ରକ ଜବତ କରିବା ସହିତ ୨ଟ୍ରକ ଚାଳକଙ୍କୁ ଥାନାରେ ଅଟକ ରଖି ପଚାରା ଉଚୁରା ଜାରି ରଖିଛି । ତିନିମୁହାଣୀ ଫାଣ୍ଡି ହାବିଲଦାର ପୀତାମ୍ବର ବରାଳଙ୍କ ଅଭିଯୋଗକୁ ଭିତିକରି ଥାନାରେ ଏକ ମାମଲା ରୁଜୁ ହୋଇଛି । ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ବିନା କାଗଜପତ୍ରରେ ଗାଡି ଦୁଇଟି ଯାଜପୁର ଜଲ୍ଲାର ଚଢେଇ ଧରାରୁ ଦୁହୁରିଆ ଦେଇ କେନ୍ଦ୍ରାପଡ଼ା ସହର ଅଭିମୁଖେ ଆସୁଥିଲା । ସେତେବେଳ ଡୁ୍ୟଟିରେ ଥିଲେ ହାବିଲଦାର ଶ୍ରୀ ବରାଳ । ସେ ଗାଡି ଦୁଇଟିକୁ ଅଟକାଇ ଯାଂଚ କରିଥିଲେ । କାରଣ କଳା ପଥର ବୋହୁଥିବା ଟ୍ରକ ୨ଟି ଆବଶ୍ୟକତା ଠାରୁ ଅଧିକ ମାଲ ପରିବହନ କରୁଥିଲା । ଗାଡି ଯାଂଚ ବେଳେ ଜଣାପଡିଥିଲା ଯେ ଗାଡିରେ ବୋଝେଇ ହୋଇଥିବା କଳାପଥରର କୈାଣସି କାଗଜପତ୍ର ନାହିଁ । ତେଣୁ ଗାଡି ଦୁଇଟିକୁ ଥାନାକୁ ନେବା ସହ ଶ୍ରୀ ବରାଳ ଏତଲା ଦେଇଥିଲେ । ଓଡ଼ିଶା ସମାଚାର