Tuesday , May 30 2023
Breaking News
Home / ବିଶେଷ / କେନ୍ଦ୍ରାପଡା ଜିଲ୍ଲାରେ ସଦଭାବନା ଶପଥ ପାଠୋତ୍ସବ

କେନ୍ଦ୍ରାପଡା ଜିଲ୍ଲାରେ ସଦଭାବନା ଶପଥ ପାଠୋତ୍ସବ

କେନ୍ଦ୍ରାପଡ଼ା,୨୧/୦୮/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ବସନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ସଦଭାବନା ଶପଥ ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବଗାନ୍ଧୀଙ୍କ ଜୟନ୍ତୀ ଦିବସରେ ଜାତୀୟ ଏକତା ଓ ସାଂପ୍ରଦାୟିକ ସଦଭାବ ସ୍ଥାପନା ନିମନ୍ତେ ପ୍ରତିବର୍ଷ ଜାତୀୟ ସଦଭାବନା ଦିବସ ପାଳନ କରାଯାଉଛି । ଏହି ଦିବସ ପାଳନ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଜାତୀୟ ଏକତା ଓ ସାଂପ୍ରଦାୟିକ ସଦଭାବ ସ୍ଥାପନା ନିମନ୍ତେ  ଭାରତର ସମସ୍ତ ନାଗରିକ ଜାତି, ଧର୍ମ, ବର୍ଣ୍ଣ ଓ ସ୍ଥାନ ନିର୍ବିଶେଷରେ ଏକ ହୋଇ କାର୍ଯ୍ୟ କରିବାକୁ ଶପଥ ପାଠ କରାଇଥିଲେ । ନିଜ ନିଜ ମଧ୍ୟରେ ସମସ୍ତ ଭେଦଭାବ ଓ ମତପାର୍ଥକ୍ୟ ଭୁଲି ଭାରତର ସମ୍ବିଧାନକୁ ସମ୍ମାନ ଜଣାଇ କୈାଣସି ହିଂସାର ପଥ ଅନୁଶରଣ ନକରି କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହେମନ୍ତ କୁମାର ନାୟକ ପ୍ରାରମ୍ଭିକ ସୂଚନା ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.