Monday , December 6 2021
Breaking News
Home / ବିଶେଷ / ଅନଶନରତ ଶ୍ରୀକାନ୍ତଙ୍କୁ ଭେଟିଲେ ଦୁଇ ଅତିରିକ୍ତ ଜିଲ୍ଲାପାଳ

ଅନଶନରତ ଶ୍ରୀକାନ୍ତଙ୍କୁ ଭେଟିଲେ ଦୁଇ ଅତିରିକ୍ତ ଜିଲ୍ଲାପାଳ

କେନ୍ଦ୍ରାପଡ଼ା, ୨୧/୦୮/୨୦୨୧(ଓଡ଼ିଶା ସମାଚାର)- ରାଜକନିକାର ଖରସ୍ରୋତା ନଦୀରେ ହେଉଥିବା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଗରାପୁର ଡାକବଙ୍ଗଳାଛକସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତିି ତଳେ ଅନସନ କରି ଅସୁସ୍ଥ ହୋଇଥିବା ଶ୍ରୀକାନ୍ତ ନାୟକଙ୍କୁ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦେଶରେ ଦୁଇ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ(ପ୍ରଶାସନ) ଓ ଅତିରିକ୍ତ ଜିଲ୍ଲାପାଳ ଦୁର୍ଗା ପ୍ରସାଦ ମହାରଣା (ରାଜସ୍ୱ) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚିି ତାଙ୍କ ସ୍ୱାସ୍ଥାବସ୍ଥା ପଚାରି ବୁଝିଛନ୍ତି । ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀଙ୍କୁ ନିର୍ଦେଶ ଦେଇଛନ୍ତି ଯେପରି ଶ୍ରୀକାନ୍ତଙ୍କ ଚିକିତ୍ସାରେ କୌଣସି ଅବହେଳା ନହୁଏ । ପ୍ରତିଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ ଶ୍ରୀକାନ୍ତଙ୍କ ସ୍ୱାସ୍ଥାବସ୍ଥା ବୁଝୁଛନ୍ତି । ଏଥିସହ ଜିଲ୍ଲାପାଳଙ୍କୁ ଶ୍ରୀକାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ରିପୋର୍ଟ ଦେଉଛନ୍ତି । ଶ୍ରୀକାନ୍ତଙ୍କ ସ୍ୱାସ୍ଥାବସ୍ଥା ସି୍ଥର ରହିଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି । ଶ୍ରୀକାନ୍ତଙ୍କ ସମ୍ପର୍କରେ ଜିଲ୍ଲାପାଳଙ୍କୁ ପଚାରିବାରେ ସେ କହିଥିଲେ ଯେ ଖରସ୍ରୋତା ନଦୀରେ ବୃହତ ପାନୀୟ ଜଳ ପ୍ରକଳ୍ପ ହେବା ନେଇ ୨୦୨୦ମସିହା ଡିସେମ୍ବର ୧୫ ତାରିଖରେ ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା । ପ୍ରକଳ୍ପ ହେଲେ ପରିବେଶ ଉପରେ ଓ ଜନସମାଜ ଉପରେ କ’ଣ ପ୍ରଭାବ ପଡିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଆଇଆଇଟି ହାଇଦ୍ରାବାଦର ବିଶେଷଜ୍ଞ, ଗ୍ରାମୀଣ ପାନୀୟ ଜଳ ବିଭାଗ, ବୈଜ୍ଞାନିକ କମିଟି, କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନଙ୍କ ସହ ଆଲୋଚନା କରି ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ଭଦ୍ରକ ଜିଲ୍ଲାକୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ଏହି ବୈଠକରେ ନିଷ୍ପତିି ହୋଇଥିଲା । ସେହିି ଉଚ୍ଚସ୍ତରୀୟ କମିଟି ଏଠାରେ ପ୍ରକଳ୍ପ ହେବା ପାଇଁ ସବୁଜ ସେଙ୍କତ ଦେଇଥିଲେ । ଏହାପରେ ଜାତୀୟ ଗ୍ରୀନ ଟ୍ରିବୁନାଲରେ ଏକ ମାମଲା ରୁଜୁ ହୋଇଥିଲା । ହେଲେ ସେହି ମାମଲାକୁ ଟ୍ରିବୁନାଲ ଖାରଜ କରି ଦେଇଥିଲେ । ପ୍ରକଳ୍ପ ହେଲେ ଭିତରକନିକାର ଜୈବ ବିବିଦ୍ଧତା ଉପରେ ପ୍ରଭାବ ପଡିବ ବୋଲି ଯେଉଁ ଅଭିଯୋଗ କରାଯାଇଥିଲା ତାହା ଖାରଜ ହୋଇ ଯାଇଥିଲା । କାରଣ ପ୍ରକଳ୍ପ ଯେଉଁ ସ୍ଥାନରେ ହେବ ତାହା ଭିତରକନିକା ଅଭୟାରଣ୍ୟ ଠାରୁ ଦୂରରେ ରହିବ । ତେଣୁ ଟ୍ରିବୁନାଲରେ ଅଭିଯୋଗ ଖାରଜ ହୋଇଯାଇଥିଲା । ଏହାପରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଆଧାରରେ ଏବେ ବରୁଣାଡିହରେ ପ୍ରକଳ୍ପ ପାଇଁ ଏକ କୂପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହାକୁ ବିରୋଧ କରି ଏକ ସ୍ୱେଛାସେବୀ ଅନୁଷ୍ଠାନ “ସମ୍ଭାବନା”ର କର୍ମକର୍ତା ଶ୍ରୀକାନ୍ତ ନାୟକ ଅନଶନରେ ବସିଥିଲେ । ଅନଶନରେ ବସିବା ଯୋଗୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ପ୍ରଭାବ ପଡିଲା । ତେଣୁ ତାଙ୍କୁ ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଉଛି । ତାଙ୍କ ସହ ଆଲୋଚନା ପାଇଁ ଆସନ୍ତା ୨୪ ତାରିଖରେ ଦିନ ଧାର୍ଯ୍ୟ କରାଯାଇଛି । ସେ ଯାହା ଅଭିଯୋଗ କରିଛନ୍ତି ତାହାର ରିପୋର୍ଟ ଆଣନ୍ତୁ ଓ ଆଇଆଇଟି ହାଇଦ୍ରାବାଦ ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ତାହା ଉପରେ ମଧ୍ୟ ତାଙ୍କ ସହ ପ୍ରଶାସନ ଆଲୋଚନା କରିବ । ଏହି ସମୟରେ ରାଜନଗର ବନ ଖଣ୍ଡ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହିବେ । ଆବଶ୍ୟକ ପଡିଲେ ମୁଁ ମଧ୍ୟ ଉପସ୍ଥିତ ରହି ଆଲୋଚନା କରିବି ବୋଲି ଜିଲ୍ଲାପାଳ ଶ୍ରୀ ଋତୁରାଜ କହିଛନ୍ତି । ଜିଲ୍ଲାପାଳ କହିଛନ୍ତି ଶ୍ରୀକାନ୍ତଙ୍କ ଚିକିତସାରେ କୌଣସି ଅବହେଳା କରାଯିବ ନାହିଁ । ତାଙ୍କ ଚିକିତ୍ସା ପାଇଁ ଯାହା ଆବଶ୍ୟକ ତାହା ବିନା ମୂଲ୍ୟରେ ଯୋଗାଇ ଦିଆଯିବ । ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *