କେନ୍ଦ୍ରାପଡ଼ା ,୨୦/୦୮/୨୦୨୧(ଓଡ଼ିଶା ସମାଚାର)- ଜନୈକ ୮୦ବର୍ଷର ବୃଦ୍ଧା ମାଙ୍କୁ ପୁଅ ଓ ବୋହୁ ନିର୍ଯ୍ୟାତନା ଦେଉଥିବା ନେଇ ଥାନାରେ ଅଭିଯୋଗ ପରେବି ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ କଷଣଅନ୍ଟାଗ୍ରାମର ସ୍ୱର୍ଗତ ଲୋଚନ ସାହୁଙ୍କ ବିଧବା ପତ୍ନୀ ହେମଲତା ସାହୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ମୃତୁ୍ୟ ପରେ ପୁଅ ଏବଂ ବୋହୁ ତାଙ୍କୁ ନାନାଦି ନିର୍ଯ୍ୟାତନା ଦେଇ ଆସୁଛନ୍ତି । ଚଳିତମାସ ୧୫ତାରିଖ ଦିନ ପ୍ରାୟ ସାଢେ ୯ଟା ସମୟରେ ତାଙ୍କ ବୋହୁ ହେମଲତାଙ୍କନ୍ନ୍ି ଚିପି ଦେଇ ମାରିଦେବାକୁ ଉଦ୍ୟମ କରିଥିଲେ । ଏଥିସହିତ ତାଙ୍କୁ ପନିକି ଉଚାଇ ବେକ କାଟିଦେବାକୁ ଧମକ ଦେବା ସହ ହେମଲତାଙ୍କ ପାଖରେ ଥିବା ୫ହଜାର ଟଙ୍କା ଯୋରଜବରଦସ୍ତି ନେଇଯାଇଥିଲେ । ସାନପୁଅ ସୁରେଶ ଓ ବୋହୁ ଏଭଳି ବାରମ୍ବାର ତାଙ୍କୁ ନିର୍ଯ୍ୟାତନା ଦେଉଥିବା ନେଇ ହେମଲତା ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲେ ବି ପୋଲିସର ଉଦାସୀନତା ଯୋଗୁଁ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ସେ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର
Check Also
ଇଣ୍ଡିଆବୁକ ଅଫ ରେକର୍ଡ ସ୍ଥାନ ପାଇଲେ ପ୍ରଚେତା
ଜୁନାଗଡ଼ , ୦୨ / ୦୭ /୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ପ୍ରଚେତା …