କଟକ ସଦର, ୨୦/୦୮/୨୦୨୧(ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): ମର୍ଯ୍ୟାଦାଜନକ କଟକ ଲୋକସଭା ଆସନରୁ ଲଗାତର ୬ ଥର ସାଂସଦ,ପୂର୍ଵତନ ମୂଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଡ. ହରେକୃଷ୍ଣ ମହତାବଙ୍କ ପୁଅ( ପୋଷ୍ୟ),’ ପ୍ରଜାତନ୍ତ୍ର’ ର ସଂପାଦକ, ସ୍ତମ୍ଭକାର,ସୁଵକ୍ତା, ସାଂସଦ ରତ୍ନ, ଆଦର୍ଶ ସାଂସଦ ଭର୍ତୃହରି ମହତାବଙ୍କ ନିର୍ଯ୍ୟାତିତ ଵୋହୁଙ୍କ ମାମଲା ପରିବାର ର ଚାରିକାନ୍ଥ ଡେଇଁ ହାଟରେ ପଡି ଦାଣ୍ଡରେ ଗଡଗଡଉ ଥିଵା ଵେଳେ ତାଙ୍କ ବିରୁଦ୍ଧରେ ଵିଜେଡିର ଟାଣୁଆ ନେତା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଙ୍କ ଦଶା ଭୋଗିବାକୁ ପଡ଼ିପାରେ ଵୋଲି ଚର୍ଚ୍ଚା ଯୋର ଧରିଛି। ପ୍ରକାଶ ଯେ ଅତିତରେ ଵୋହୁ ବର୍ଷା ସୋନି ଙ୍କ ଅନୁରୂପ ଅଭିଯୋଗ ଆଧାରରେ ଟାଣୁଆ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ସାରା ପରିଵାର ଜେଲ ଯାଇଥିବା ଏବଂ ଏଥିପାଇଁ ରଘୁଙ୍କୁ ଦଳରୁ ଵିଦା ହେଵାକୁ ପଡ଼ିଥିଲା। ଅନ୍ୟ ପକ୍ଷରେ ଭର୍ତୃହରିଙ୍କ ଏହା ପାରିବାରିକ ସମସ୍ୟା ନୁହେଁ ବରଂ ଏହାସହିତ ସାଂସଦଙ୍କ ଭାବମୂର୍ତ୍ତି ସହିତ ଵିଜୁ ଜନତା ଦଳର ଭାବମୂର୍ତ୍ତି ଜଡିତ ଥିଵାରୁ ଏବଂ ନିଜର ଖଵର କାଗଜ ‘ ପ୍ରଜାତନ୍ତ୍ର’ ର ସଂପାଦକୀୟ ରେ ଵିଜେଡି ବିରୋଧରେ ତେରେଛା ଵାଣ ମାରି ଅଡୁଆରେ ପକାଉଥିଵା ଭର୍ତୃହରିଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଵ କି ନାହିଁ ତାକୁ ନେଇ ଚର୍ଚ୍ଚା ଦାନା ବାନ୍ଧିଲାଣି। ଅନ୍ୟ ପକ୍ଷରେ ଜଣେ ଭଲ ଶଶୁର ହିସାବରେ ନ ହେଲେ ଵି ଜଣେ ଲୋକପ୍ରତିନିଧି ଓ ଶ୍ରେଷ୍ଠ ସାଂସଦ ଭାଵରେ ଜଣେ ପୀଡିତା ଙ୍କୁ ନ୍ୟାୟ ଦେଵାରେ କାହିଁକି ଭର୍ତୃହରି କୁଣ୍ଠା ପ୍ରକାଶ କଲେ ତାହାକୁ ନେଇ ପ୍ରଶ୍ନ ଉଠିଛି। ଆଦର୍ଶ ସାଂସଦଙ୍କ ବ୍ୟକ୍ତିଗତ କାର୍ଯ୍ୟକଳାପ ଆଦର୍ଶସ୍ଥାନୀୟ ନୁହେଁ ଵୋଲି ନିର୍ଯାତିତା ଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ସେ ଯାହା ହେଉ ଭର୍ତୃହରିଙ୍କ ଵିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଵୋହୁ ସାକ୍ଷୀ ମହତାଵ ଵାପ ଘର ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟିଵାର କାର୍ଯ୍ୟକ୍ରମ ରହିଛି ଵୋଲି ଜଣାପଡିଛି। ସେହିପରି ଘଟଣା ସମ୍ପର୍କରେ ମଧ୍ୟପ୍ରଦେଶ ଭୋପାଳ ଜୋନ୍- ୧ ଏ ଏସ୍ ପି ଅଙ୍କିତ୍ ଜୈସୱ।ଲ କହିଛନ୍ତି ଯେ ମାମଲାକୁ ଗୁରୁତର ସହ ବିଚାରକୁ ନିଆଯାଇ ତଦନ୍ତ ପାଇଁ ସାଂସଦ ଭର୍ତୃହରି ମହତାଵ, ପତ୍ନୀ ମହାଶ୍ୱେତା ମହତାଵ,ପୁଅ ଲୋକ ରଞ୍ଜନ ମ଼ହତାଵଙ୍କୁ ଥାନାରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି। ସୂଚନାଯୋଗ୍ୟ ଯେ ଏହି ହାଇପ୍ରୋଫାଇଲ ଵାହାଘରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମେତ ତିନି ହଜାରରୁ ଉର୍ଦ୍ଧ୍ବ ନାମୀଦାମୀ ନେତା ଯୋଗ ଦେଇଥିଲେ। ଓଡ଼ିଶା ସମାଚାର
Home / ବିଶେଷ / ଵିଜେଡିର ତତ୍କାଳୀନ ଟାଣୁଆ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ଦଶା ଭୋଗିଵେ କି ସାଂସଦ ରତ୍ନ ଭର୍ତୃହରି ମହତାଵ