ଭୁବନେଶ୍ୱର/ କେନ୍ଦ୍ରାପଡ଼ା,୨୦/୦୮/୨୦୨୧(ଓଡ଼ିଶା ସମାଚାର)- ଭାରତର ସ୍ବାଧୀନତା ର ୭୫ତମ ଅମୃତମହୋତ୍ସବ ଉପଲକ୍ଷେ,ଵିଶ୍ଵର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ’ମୋଟିଭେସନାଲ୍ ଷ୍ଟ୍ରିପ୍ସ୍’ ଓ ଭାରତର ପ୍ରସିଦ୍ଧ ସାହିତ୍ୟ ଅକାଦମି ଗୁଜୁରାଟ୍ ସାହିତ୍ୟ ଅକାଦମି ପୃଥିବୀର ୪୪୨ ଜଣ ପ୍ରସିଦ୍ଧ କଵିଙ୍କୁ ସମ୍ଵର୍ଦ୍ଧିତ କରିଛନ୍ତି । ସେମାନଙ୍କ ମଧ୍ୟରେ ଓଡ଼ିଶା ର ପ୍ରସିଦ୍ଧ ଵହୁଭାଷୀ କଵି ମୀର୍ ସମସୁଲ୍ ହକ୍ ସମ୍ଵର୍ଦ୍ଧିତ ହୋଇଛନ୍ତି । ଏଥିପାଇଁ ମୁଖ୍ୟ ପ୍ରଶାସକ,ଶ୍ରୀଯୁକ୍ତ ସିଜୁ ପଲିତନାଥ ଓ ଗୁଜୁରାଟ୍ ସାହିତ୍ୟ ଏକାଡେମୀର ସୁପ୍ରସିଦ୍ଧ କବି ପଦ୍ମଶ୍ରୀ ବିଷ୍ଣୁ ପାଣ୍ଡ୍ୟ ଧନ୍ୟବାଦାର୍ହ।
ସମ୍ଵର୍ଦ୍ଧିତ ହୋଇଥିବା ପ୍ରସିଦ୍ଧ ଵହୁଭାଷୀ କଵି ମୀର୍ ସମସୁଲ୍ ହକ୍ କେନ୍ଦ୍ରାପଡା ଜିଲା ଅଧିନସ୍ଥ ଗରଦପୁର ବ୍ଲକ୍ ର ତେଣ୍ଡାକୁଡ଼ା ର ବାସିନ୍ଦା । ତେଣ୍ଡାକୁଡ଼ାର ମୀର ନୁରୁଲ୍ ହକ୍ ଙ୍କ ସୁଯୋଗ୍ୟ ପୁତ୍ର କେନ୍ଦ୍ରାପଡା ଜିଲାର ଗରଦପୁର ବ୍ଲକ୍ ଅନ୍ତର୍ଗତ ତଳକୁସୁମା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରନ୍ତି। ସେ ଓଡିଆ, ଉର୍ଦ୍ଦୁ,ଇଂରାଜୀ ଭାଷାରେ ଅନେକ ପୁରସ୍କାର ହାସଲ କରିଛନ୍ତି। ଏପରି ଏକ ଵିରଳ କୃତିତ୍ବ ପାଇଁ ସମସୁଲ୍ ସାରା ଓଡ଼ିଶାରେ ଚର୍ଚ୍ଚିତ ହୋଇଛନ୍ତି।ଏହି ଉଦୀୟମାନ କବି ଭବିଷ୍ୟତ ରେ ଭାରତବର୍ଷରେ ନାମ ଉଜ୍ଜ୍ଵଳ କରିଵେ ବୋଲି ଆଶା କରାଯାଏ । ଓଡ଼ିଶା ସମାଚାର