Monday , June 27 2022
Breaking News
Home / ବିଶେଷ / ଡେରାବିଶ  ବିକାଶ  ପରିଷଦର ସମ୍ପାଦକଙ୍କ ବିୟୋଗରେ ଶୋକ

ଡେରାବିଶ  ବିକାଶ  ପରିଷଦର ସମ୍ପାଦକଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡ଼ା ,୨୦/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଡେରାବିଶି ବିକାଶ ପରିଷଦର ସମ୍ପାଦକ ରାଜକିଶୋର ଜେନାଙ୍କ ବିୟୋଗରେ ବିକାଶ ପରିଷଦ କାର୍ଯ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି  । ଏହି ଉପଲକ୍ଷେ ବିକାଶ ପରିଷଦର ସଭାପତି ଦୁର୍ଯେ୍ୟାଧନ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକସଭାରେ କୋଷାଧ୍ୟକ୍ଷ ନୀଳମଣି ବେହେରା, ସଦସ୍ୟ କ୍ଷୀରୋଦ ଚନ୍ଦ୍ର ସାମଲ, ଅଭିମନୁ୍ୟ ସାହୁ, ଦିବାକର ନାୟକ, ଗୌରାଙ୍ଗ ଚରଣ ସାହୁ, ଗୋଲକ ଚନ୍ଦ୍ର ସାହୁ, ଗୁରୁଚରଣ ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଜେନାଙ୍କ ବିୟୋଗରେ ଡେରାବିଶ ବିକାଶରେ ବାଧକ ସୃଷ୍ଟି ହେବା ସହିତ ଡେରାବିଶି ଅଂଚଳର ଅପୁରଣୀୟ କ୍ଷତି ହେଲା ବୋଲି ମତବ୍ୟକ୍ତ କରିଥିଲେ । ସ୍ୱର୍ଗତ ଜେନାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏଭଳି ଦୁଃସ୍ଥିତିରେ ଭଗବାନ ତାଙ୍କ ପରିବାରକୁ ସହାୟ ହେବେ ବୋଲି ଆଶାବ୍ୟକ୍ତ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଯୁବକ ସଂଘ ୟୁଥ ୱାରିୟର ପକ୍ଷରୁ ସଫେଇ ଅଭିଯାନ

ବାଲିଗୁଡା,୨୬/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ୟୁଥ ୱାରିୟର ପକ୍ଷରୁ ରବିବାର ଟିକାବାଲି ବସଷ୍ଟାଣ୍ଡ ଓ ମେଡିକାଲ ଛକ ଠାରେ ଥିବା …

Leave a Reply

Your email address will not be published. Required fields are marked *