Friday , September 22 2023
Breaking News
Home / ଶିକ୍ଷା / କେନ୍ଦ୍ରାପଡା କଲେଜ ଯୁବରେଡକ୍ରସ ପକ୍ଷରୁ ମାସ୍କ ଓ ସାନିଟାଇଜସେନ ସାମଗ୍ରୀ ବଂଟନ

କେନ୍ଦ୍ରାପଡା କଲେଜ ଯୁବରେଡକ୍ରସ ପକ୍ଷରୁ ମାସ୍କ ଓ ସାନିଟାଇଜସେନ ସାମଗ୍ରୀ ବଂଟନ

କେନ୍ଦ୍ରାପଡ଼ା ,୨୦/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁବ ରେଡକ୍ରସ ଶାଖା ପକ୍ଷରୁ କେନ୍ଦ୍ରାପଡା କଲେଜ ନିକଟସ୍ଥ କଜଳା ଗ୍ରାମର ଅଧିବାସୀମାନଙ୍କ ମଧ୍ୟରେ ଯୁବରେଡକ୍ରସ ଓଡିଶା ଶାଖା ପକ୍ଷରୁ ପ୍ରଦି ମାସ୍କ ଓ ସାନିଟାଇଜେସନ୍ ସାମଗ୍ରୀ  ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ପ୍ରାଧ୍ୟାପକ ଅଶୋକ କୁମାର ଦାସ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ପ୍ରାଧ୍ୟାପକ ଗୌର ପ୍ରସାଦ ଷଡଙ୍ଗୀ, ଅଧ୍ୟାପକ ରାଜେଶ କୁମାର ପ୍ରଧାନ, ଅଧ୍ୟାପକ ତୁଷାରକାନ୍ତି ଭୂୟାଁ, ପୂର୍ବତନ ଛାତ୍ର ନେତା ଚିତରଞ୍ଜନ ଦାସଙ୍କ ସମେତ ଯୁବରେଡକ୍ରସର ସ୍ୱେଚ୍ଛାସେବୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । କଜଳା ଗ୍ରାମର ସମସ୍ତ ପରିବାରକୁ ମାସ୍କ ଏବଂ ସାନିଟାଇଜେସନ୍ ସାମଗ୍ରୀ ବଂଟନ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *