କେନ୍ଦ୍ରାପଡ଼ା, ୧୯/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଛକରୁ ଗରାପୁର ରାସ୍ତାର ରଣପଡା ଠାରେ ହୋଟେଲ ଗ୍ରାଣ୍ଡ ମୟୁର ଉଦଘାଟିତ ହୋଇଯାଇଛି । ବିଶିଷ୍ଟ ବ୍ୟବସାୟୀ ମୀର ସେକ ହାଜି ରହେମତ ଅଲ୍ଲୀଙ୍କ ପତ୍ନୀ ତଥା ହୋଟେଲ ସତ୍ୱାଧିକାରୀଙ୍କ ମା ବଦରୁନ ନିଶା ମୁଖ୍ୟ ଅତିଥି ଭାବେ ଯୋଗଦେଇ ହୋଟେଲ ଗ୍ରାଣ୍ଡ ମୟୁରକୁ ଫିତାକାଟି ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ହୋଟେଲ ମାଲିକ ଯୁବ ଉଦ୍ୟୋଗୀ ମୀର ଅଖତର ଅଲ୍ଲୀ, ପରୱିନ ବାନୁ, ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ସେକ ଇନାୟତ(ଚନ୍ଦନ), ଅବଦୁଲ ସଲୀମ ଖାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ହୋଟେଲ ବିଲଡିଂ ପରିସରରେ ୨ଟି ଅତ୍ୟାଧୁନିକ ତଥା ସୁସଜ୍ଜିତ ମଣ୍ଡପ, ରେଷ୍ଟୁରାଂଟ, ଲଜ, କନଫରେନ୍ସ ହଲ ଓ ମୟୁର ଫେସନ(ଏନଏକ୍ସ) ଲୁଗାଦୋକାନ ପ୍ରଭୃତି ରହିଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଯୋଗଦେଇ ହୋଟେଲର ମାଲିକ ଓ ଅନ୍ୟମାନଙ୍କୁ ଶୁଭେଛା ଜଣାଇବା ସହିତ ହୋଟେଲର ଉତରୋତର ଉନ୍ନତି କାମନା କରିଥିଲେ । ଓଡ଼ିଶା ସମାଚାର
