ସାଲେପୁର, ୧୯/୦୮/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )-ରକ୍ତଦାନ ଏକ ମହତ ଦାନ ଭାବେ ବିବେଚନା କରାଯାଏ । ସାଲେପୁର ବ୍ଲକ୍ ଅନ୍ତର୍ଗତ କଟରପା ଗ୍ରାମ ପଞ୍ଚାୟତରେ ରକ୍ତ ଦାନ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦାନ କରିବା ସହ ରକ୍ତ ଦାନ ଶିବିର କୁ ଉଦ୍ଘାଟନ କରିଥିଲେ । ଗ୍ରାମପଞ୍ଚାୟତର ପ୍ରାୟ ୭୦ରୁ ଉର୍ଦ୍ଧ ଲୋକ ଏହି ରକ୍ତ ଦାନ ଶିବିରରେ ନିଜର ରକ୍ତ ଦାନ କରିଥିଲେ ।ଏହି ରକ୍ତ ଦାନ ଶିବିରରେ ସାଲେପୁର ସମ୍ବାଦିକ ସଂଘ ତରଫରୁ ସଂଘର ସଭ୍ୟ ମାନେ ରକ୍ତଦାନ କରିଥିଲେ କ୍ଷ ସାମ୍ବାଦିକ ଙ୍କ ଏହିଭଳି ଯୋଗଦାନ କୁ ସାଧାରଣ ରେ ପ୍ରଶଂସା କରାଯାଇଛି କ୍ଷ ଏହି ଅବସରରେ ସମ୍ବାଦ ର ସାଲେପୁର ପ୍ରତିନିଧି ଶାରଦା ପଣ୍ଡା ରକ୍ତଦାତା ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।ଓଡ଼ିଶା ସମାଚାର