Friday , September 29 2023
Breaking News
Home / ବିଶେଷ / ସାଇ ଓ ରାମ ଜରାଶ୍ରମକୁ ସହଯୋଗର ହାତ ବଢାଇଲା ଆଜାଦ ଭାରତ ମେମୋରିଆଲ ଟ୍ରଷ୍ଟ

ସାଇ ଓ ରାମ ଜରାଶ୍ରମକୁ ସହଯୋଗର ହାତ ବଢାଇଲା ଆଜାଦ ଭାରତ ମେମୋରିଆଲ ଟ୍ରଷ୍ଟ

ପାରାଦ୍ୱୀପ ୧୯/୦୮/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଉପକଣ୍ଠ ଦୋଛକି ଠାରେ ଥିବା ସାଇ ଓ ରାମ ଜରାଶ୍ରମ ଗୁରୁବାର ଅପରାହ୍ନରେ ଆଜାଦ ଭାରତ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ରନ୍ଧାଖାଦ୍ୟ ସହ ଗଦି, ତକିଆ, ଚାଦର, ମଶାରି ଇତ୍ୟାଦି ଅତ୍ୟାବଶ୍ୟକ ସାମଗ୍ରୀ ବଂଟନ କରାଯାଇଥିଲା । ଟ୍ରଷ୍ଟର ସଭାପତି ଅବଦୁଲ ଆବିଦ୍ ଖାନ୍ ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶେଖ ଇନ୍ତେଖାବ ଆଲାମ, ହାଜି ସୟଦ୍ ହିଫଜୁର ବାରି, ଶେଖ ଜାଫର, ଶେଖ ନାଜିମ, ଶେଖ ଶାକିର, ଶଉଦ୍ ଖାନ, ମଲ୍ଲିକ ଇମ୍ରାନ, ସଲମାନ ଖାନ୍ ଏବଂ ଶେଖ ଅବଦୁଲ ଶାଦିକ ପ୍ରମୁଖ ସହଯୋଗ କରିଥିଲେ । ଏହି ବୃଦ୍ଧାଶ୍ରମକୁ ପୋଷ୍ୟ ଆଶ୍ରମ ଭାବେ ଖୁବଶୀଘ୍ର ଟ୍ରଷ୍ଟ ଗ୍ରହଣ କରିବ ବୋଲି ସଭାପତି ଶ୍ରୀ ଖାନ୍ ସୁଚନା ଦେଇଛନ୍ତି । ଏହି ଅବସରରେ ପାରାଦୀପର ଉଦୀୟମାନ ଯୁବ ସମାଜସେବୀ ତଥା ଶ୍ରମିକ ନେତା ରାକେଶ ପଟ୍ଟନାୟକ ଯୋଗଦେଇ ଟ୍ରଷ୍ଟ ର ଏହି କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ଆଗାମୀ ଦିନରେ ମୋ ଦ୍ୱାରା ଯଥା ସମ୍ଭବ ସହଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *