Sunday , March 26 2023
Breaking News
Home / ବିଶେଷ / ଶ୍ରୀ ଗୋପିନାଥଜୀଉ ଶ୍ରୀ ବିନୋଦବିହାରୀଜୀଉଙ୍କ ପୁତ୍ରଦା ଏକାଦଶୀରେ ଝୁଲଣ

ଶ୍ରୀ ଗୋପିନାଥଜୀଉ ଶ୍ରୀ ବିନୋଦବିହାରୀଜୀଉଙ୍କ ପୁତ୍ରଦା ଏକାଦଶୀରେ ଝୁଲଣ

କେନ୍ଦ୍ରାପଡ଼ା,୧୯/୦୮/୨୦୨୧(ଓଡ଼ିଶା ସମାଚାର)- ପବିତ୍ର ପୁତ୍ରଦା ଏକାଦଶୀରେ ଶ୍ରୀ ଗୋପିନାଥଜୀଉ ଏବଂ ଶ୍ରୀ ବିନୋଦବିହାରୀ ଜୀଉଙ୍କ ଝୁଲଣ ଯାତ୍ରା ମହାସମାରୋହରେ ବୁଧବାର ସମ୍ପନ୍ନ ହୋଇଯାଇଛି । ଏହି ଉପଲକ୍ଷେ ମନ୍ଦିରର ମ୍ୟାନେଜିଂଟ୍ରଷ୍ଟି ବିପଦଭଞ୍ଜନ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଝୁଲଣଯାତ୍ରାକୁ ଜିଲ୍ଲାବାସୀଙ୍କ ସୁଖଦୁଃଖରେ ଭାଗିଦାର ହେଉଥିବା ସମାଜସେବୀ ଇଂ ମୁରଲୀଧର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିସହିତ ଉପସ୍ଥିତ ଭକ୍ତ ଓ ଶୁଭେଛୁମାନଙ୍କ ସହିତ ମନ୍ଦିରର ଉନ୍ନତି ସମ୍ପର୍କରେ ଆଲୋଚନା କରିବା ସହ ସର୍ବଦା ମନ୍ଦିରର ସୁପରିଚାଳନା ନିମନ୍ତେ ସହଯୋଗ କରିବାକୁ ଇଂ ସେଠୀ ପ୍ରତିଶୃତି ଦେଇଥିଲେ । ଇଂ ଶରତ ଚନ୍ଦ୍ର ମଲ୍ଲିକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଭଜନସଂନ୍ଧ୍ୟା କାର୍ଯ୍ୟକ୍ରମ ଉପସ୍ଥିତ ଲୋକମାନଙ୍କୁ ଭାବବିହ୍ୱଳିତ କରିଦେଇଥିଲା । ଏହି କାର୍ଯ୍ୟକ୍ରମକୁ ଅନନ୍ତ ମହାରଣା, ସୁନାକର ସେଠୀ, ରମାକାନ୍ତ ସାହୁ, ବସନ୍ତ କୁମାର ସାହୁ, ରଘୁନାଥ ବେହେରା, ପୂଜକ ରାମଚନ୍ଦ୍ର ବେହେରା, ଅଶୋକ ଷଣ୍ଢଙ୍କ ସମେତ ମନ୍ଦିର ପରିଚାଳନା ସମିତି ସଭ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.