କଟକ ସଦର, ୧୯/୦୮/୨୦୨୧ (ଓଡିଶା ସମାଚାର / ଵିଷ୍ଣୁ ଵେହେରା): ଵିଜେଡିର କେନ୍ଦ୍ରାପଡ଼ା ସାଂସଦ ଚଳଚ୍ଚିତ୍ର ଅଭିନେତା ଅନୁଭଵ ମହାନ୍ତି ଙ୍କ ବିରୁଦ୍ଧରେ ପତ୍ନୀ ଅଭିନେତ୍ରୀ ଵର୍ଷା ପ୍ରିୟଦର୍ଶିନୀ କରିଥିଵା ନିର୍ୟ୍ୟାତନା ମାମଲା ଏଵେ ଚାଲୁ ରହିଥିବା ଵେଳେ ଵଡ ଘର ଵଡ ଗୁମର କଥା ଭଳି କଟକର ଛଅ ଛଅ ଥର ଶ୍ରେଷ୍ଠ ତଥା ସାଂସଦ ରତ୍ନ ପାଇଥିଵା ସାଂସଦ ଭର୍ତୃହରି ମହତାଵଙ୍କ ପରିଵାର ନାଁ ରେ ଵୋହୁର ଯୈ।ତୁକ ନିର୍ୟ୍ୟାତନା ମାମଲା ରୁଜୁ କୁ ନେଇ ଚାରିଆଡ଼େ ଚର୍ଚ୍ଚା ର ଵିଷୟ ହୋଇଛି। ପ୍ରକାଶ ଯେ ସାଂସଦ ଭର୍ତୃହରିଙ୍କ ପୁଅ ଲୋକରଞ୍ଜନ ମହତାବ ଙ୍କୁ କେନ୍ଦ୍ରର ବରିଷ୍ଠ ବିଜେପି ନେତା ମହେନ୍ଦ୍ର ସିଂ ତୋମାରଙ୍କ ଝିଆରି ସାକ୍ଷୀ ମହତାବ ଵିଵାହ କରିଥିଲେ। ଵିଵାହ ଦିନ ଠାରୁ ସାକ୍ଷୀଙ୍କୁ ଯୈ।ତୁକ ପାଇଁ ଶାରିରୀକ ଓ ମାନସିକ ନିର୍ୟାତନା ପରିବାର ଲୋକେ ଦେଉଥିବା ଅଭିଯୋଗ ହୋଇଛି। ଏପରିକି ସାକ୍ଷୀ କଟକ ଵିହାରିଵାଗ ପ୍ରଜାତନ୍ତ୍ର ପରିସରରେ ଥିଵା ଶାଶୁ ରହୁଥିବା ଵେଳେ ତାଙ୍କୁ ସିଡି ତଳେ ଏକ ଛୋଟିଆ ଘରେ ରଖାଯାଇ ନିର୍ୟ୍ୟାତନା ଦିଆଯାଇଥିବା ଅଭିଯୋଗରେ ଦର୍ଶାଇଛନ୍ତି। ନିର୍ୟାତନା ର ସୀମା ଟପିଯିଵାରୁ ଵୋହୁ ସାକ୍ଷୀ ମଧ୍ୟପ୍ରଦେଶର ଭୋପାଳ ମହିଳା ଥାନାରେ ଶଶୁର ସାଂସଦ ଭର୍ତୃହରି ମହତାଵ,ଶାଶୁ ମହାଶ୍ୱେତା ମହତାବ ଓ ସ୍ୱ।ମୀ ଲୋକରଞ୍ଜନ ମହତାବଙ୍କ ନାଁ ରେ ଏଫ୍ ଆଇ ଆର ଦାୟର କରିଛନ୍ତି। ଭୋପାଳ ପୋଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯୋଗ୍ୟ ଯେ ପୂର୍ବରୁ ମଧ୍ୟ ତତ୍କାଳୀନ ଵିଜେଡି ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ପରିଵାର ନାଁ ରେ ଅନୁରୂପ ଅଭିଯୋଗ ପାଇଁ ସେମାନେ ଗିରଫ ହୋଇ ଜେଲ୍ ଯାଇଥିଵା ନଜିର ରହିଅଛି। ତେବେ ଏ ସମ୍ପର୍କରେ ପ୍ରତିକ୍ରିୟା ନେବାକୁ ଭର୍ତୃହରି ମହତାଵ ଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ । ଓଡ଼ିଶା ସମାଚାର