Wednesday , December 8 2021
Home / ବିଶେଷ / ରାଜନଗର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ କନିଷ୍ଠ କିରାଣୀଙ୍କ ବିରୁଦ୍ଧରେ ଅଭିଯୋଗ

ରାଜନଗର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ କନିଷ୍ଠ କିରାଣୀଙ୍କ ବିରୁଦ୍ଧରେ ଅଭିଯୋଗ

କେନ୍ଦ୍ରାପଡ଼ା, ୧୯/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗରସ୍ଥିତ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜନୈକ କନିଷ୍ଠ କିରାଣୀଙ୍କ କାର୍ଯ୍ୟକଳାପକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ସଂପୃକ୍ତ କନିଷ୍ଠ କିରାଣୀ ଜଣଙ୍କ ଇସି ବାହାର କରିବାକୁ ବହୁ ମୋଟା ଅଙ୍କର ଅର୍ଥ ଲାଂଚ ଦାବି କରୁଥିବା ବେଳେ କାର୍ଯ୍ୟାଳୟ ଭିତରେ ମଦ୍ୟ ପାନ କରି ସାଧାରଣ ଲୋକମାନଙ୍କୁ ଅସଦ ବ୍ୟବହାର କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଏସମ୍ପର୍କରେ ରାଜନଗର ଉପନିବନ୍ଧକଙ୍କ କାର୍ଯ୍ୟାଳୟର ମୋହରିର ସଂଘ ଓ କାର୍ଯ୍ୟାଳୟକୁ ଜମି ଖର୍ଦ୍ଧି ବିକ୍ରୀ ପାଇଁ ଆସୁଥିବା ସାଧାରଣ ଲୋକମାନେ ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସଂପୃକ୍ତ କନିଷ୍ଠ କିରାଣୀଙ୍କ କାର୍ଯ୍ୟକଳାପକୁ ନେଇ ଲୋକମାନେ ତ୍ରାହୀ ତ୍ରାହୀ ଡାକୁଛନ୍ତିି । ତୁରନ୍ତ ସଂପୃକ୍ତ କନିଷ୍ଠ କିରାଣୀଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବାକୁ  ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ସାଲେପୁର ରେ ଡ୍ରାଇଭର ମହାସଂଘ ର ବୈଠକ

ସାଲେପୁର,୦୭/୧୨/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )-ଓଡିଶା ଡ୍ରାଇଭର ମହାସଂଘ ଓ ସାଲେପୁର ଡ୍ରାଇଭର ସଂଘ ପକ୍ଷରୁ ଆଜି ବ୍ଲକ ଆଡିମିନ …

Leave a Reply

Your email address will not be published. Required fields are marked *