Tuesday , December 7 2021
Breaking News
Home / ବିଶେଷ / ମଧୁବାବୁ ପାଠାଗାରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ମଧୁବାବୁ ପାଠାଗାରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଗରଦପୁର, ୧୯/୦୮/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ନିକଟସ୍ଥ ମଧୁବାବୁ ପାଠାଗାର ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଗରଦପୁର ବ୍ଲକ୍ ର ଗତ ମାଟ୍ରିକ୍ ପରୀକ୍ଷାରେ ସର୍ବୋଚ ନମ୍ବର ରଖି ଏ ୧ ରେ ଉତିର୍ଣ୍ଣ ହୋଇଥିବା ୧୩ ଜଣ ଛାତ୍ର ଛାତ୍ରୀ ଙ୍କୁ ଏଥିରେ ସମ୍ବର୍ଦ୍ଧିତ କରାଯାଇଛି । ବଟକୃଷ୍ଣ ମିଶ୍ର ଟ୍ରଷ୍ଟ ଓ ମଧୁବାବୁ ପାଠାଗାରର ମିଳିତ ଆୟୋଜନରେ ଅନୁଷ୍ଠିତ ଉତ୍ସବରେ ଅନୁଷ୍ଠାନର ଅଭାପତି ନବଘନ ନାୟକ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଗରଦପୁର ବିଡ଼ିଓ ରଂଜିତ କୁମାର ମଲିକ ଯୋଗଦେଇ ଏବେଠୁ ଲକ୍ଷ ସ୍ଥିର କରି କଠୋର ପରିଶ୍ରମ ବଳରେ ଆଗକୁ ବଢ଼ି ସୁନ୍ଦର ଭବିଷ୍ୟତ ଗଢ଼ିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିବାବେଳେ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଗରଦପୁର ତହସିଲଦାର ଅଶୋକ କୁମାର ବେହେରା ଯୋଗଦେଇ ପ୍ରଯୁକ୍ତି ବିଦ୍ୟାସହ ଯୋଡ଼ି ହୋଇ ବିଶ୍ୱ ବିଜୟୀ ହେବାକୁ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ । ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ପାଟକୁରା ସରକାରୀ ନୋଡ଼ାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଳୟ କୂୁମାର ପାଣି ଯୋଗଦେଇ ମଧୁବାବୁ ପରି ସର୍ବ ସମ୍ପନ୍ନ ଯୋଗ୍ୟତା ଅର୍ଜନ କରି ଦେଶ ଓ ଜାତିର ସେବା କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଉତ୍ସବ ପ୍ରାରମ୍ଭ ରେ ଗରଦପୁର ସରସ୍ୱତୀ ବିଦ୍ୟା ମନ୍ଦିର ର ଛାତ୍ରୀମାନେ ବନ୍ଦେ ଉକ୍ରଳ ଜନନୀ ଗାନ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।
ଉତ୍ସବରେ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇ ଯାଜ୍ଞସେନୀ ସିଂ – ପାଟକୁରା ହାଇସ୍କୁଲ ,ଆଶୁତୋଷ ସାହୁ – ସରସ୍ୱତୀ ଶିଶୁ ମନ୍ଦିର , ଗରଦପୁର, ସୁଶ୍ରୀ ସୁଲଗ୍ନା ମଲିକ- ସରସ୍ୱତୀ ଶିଶୁ ମନ୍ଦିର , ଗରଦପୁର ସ୍ୱର୍ଣ୍ଣଲତା ସାହୁ – ପାଟକୁରା ହାଇସ୍କୁଲ.,ସମୀକ୍ଷା ସାହୁ – ସରସ୍ୱତୀ ଶିଶୁ ମନ୍ଦିର , ଗରଦପୁର .ଶୁଭଲକ୍ଷ୍ମୀ ଦାସ – ନଇନ୍ଦିପୁର ହାଇସ୍କୁଲ ,ଶୁଭସୂର୍ଯ୍ୟ ମହାପାତ୍ର – ସରସ୍ୱତୀ ଶିଶୁ ମନ୍ଦିର , ଗରଦପୁର ,ଲକ୍ଷ୍ମୀପ୍ରିୟା ନାୟକ- କୋରୁଆ ସରକାରୀ ହାଇସ୍କୁଲ ,ସ୍ୱୟଂଜିତ ଆଚାର୍ଯ୍ୟ – ସରସ୍ୱତୀ ଶିଶୁ ମନ୍ଦିର , ଗରଦପୁର ,ମୋନାଲିସା ମଲିକ – କୁଦାନଗରୀ ହାଇସ୍କୁଲ ,ଶୁଭ୍ରାଂଶୁ ଶେଖର ପୃଷ୍ଟି – ତଳକୁସୁମା ହାଇସ୍କୁଲ , ଅମିସା ପ୍ରିୟଦର୍ଶିନୀ ବିଶ୍ୱାଳ-ପାଟକୁରା ହାଇସ୍କୁଲ – ଅଭିଜିତ ବିଶ୍ୱାଳ ପ୍ରମୁଖ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନାର ଉତରରେ ଡ଼ାକ୍ତର, ଇଂଜିନଅର, ପ୍ରଶାସନିକ ଅଧିକାରୀ , ଶିକ୍ଷକ, ଅଧ୍ୟାପକ ଓ ସାମ୍ବାଦିକ ଭଳି ବୃତି କରି ଭବିଷ୍ୟତରେ ଜନ ସେବା କରିବା ପାଇଁ ଛାତ୍ର ଛାତ୍ରୀମାନେ ନିଜ ନିଜର ଇଛା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ନଇନ୍ଦିପୁର ଉଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୃସିଂହ ଚରଣ ମଲିକ ନିଜ ବକ୍ତବ୍ୟରେ ଛାତ୍ର ଛାତ୍ରୀଙ୍କୁ ଉତ୍ସହିତ କରିଥଲାବେଳେ ଉତ୍ସବରେ ସିଦ୍ଧେଶ୍ୱର ଉଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜିତ ପ୍ରଧାନ, ଗରଦପୁର ସରସ୍ୱତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ବଳରାମ ହୋତା, ତଳକୁସୁମା ଉଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନିତା ମଲିକ ଙ୍କ ସମେତ ଛାତ୍ର,ଅଭିଭାବକ ମାନେ ଉପସ୍ଥିତ ଥିଲେ । ଉତ୍ସବରେ ଅଧ୍ୟାପିକା ଡ଼ ବିଚିତ୍ରା ମଂଜରୀ ତ୍ରିପାଠୀ, ଯୁବ ଉଦ୍ୟୋଗୀ ସଚିତ୍ର ମିଶ୍ର, ଓପେଲଫେଡ଼ ଡ଼ାଇରେକ୍ଟର ସଦସ୍ୟ ଘନଶ୍ୟାମ କାପ ଉପସ୍ଥିତ ଥିଲେ । ଉଲେଖନୀୟ ଏହିକି ସ୍ୱର୍ଗି ବଟକୃଷ୍ଣ ମିଶ୍ର ଜଶେ ଶିକ୍ଷାବିତ ଥିଲେ । ତାଙ୍କ ସ୍ମୃତିରେ ପ୍ରତିବର୍ଷ ଏହି ଉତ୍ସବ ପାଳିତ ହେଊଛି । ଶିକ୍ଷକ ଗୌରାଙ୍ଗ ଚରଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

  ଜଗତସିଂହପୁର ଠାରେ ୫୯ତମ ବାର୍ଷିକ ହୋମ୍ ଗାର୍ଡ ଦିବସ ପାଳିତ

ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ରିଜର୍ଭ ପୋଲିସ ପ୍ୟାରେଡ୍ ଗ୍ରାଉଣ୍ଡ ପୁନଙ୍ଗ ଠାରେ ୫୯ତମ ବାର୍ଷିକ ହୋମ୍ ଗାର୍ଡ …

Leave a Reply

Your email address will not be published. Required fields are marked *