ପାରାଦୀପ ୧୯/୦୮/୨୦୨୧(ଓଡ଼ିଶା ସମାଚାର)- “ଆଜାଦୀ କା ଅମୃତ ମହୋତ୍ସବ”କୁ ସ୍ମରଣ କରିବା ପାଇଁ ପୂର୍ବାଂଚଳ ନାଭାଲ କମାଣ୍ଡ ର ସୁସଜ୍ଜିତ ଆଧୁନିକ ଯୁଦ୍ଧ ଜାହାଜ ଆଇଏନଏସ୍ ଖାନଜର୍ ଦୁଇଦିନ ଧରି ପାରାଦୀପ ବନ୍ଦର ଗସ୍ତରେ ଆସିଥିଲା । ଏହି ଗସ୍ତ ର ଉଦ୍ଧେଶ୍ୟ ଥିଲା ଉପକୂଳବର୍ତୀ ସହରରେ ସ୍ଥାନୀୟ ଜନସାଧାରଣଙ୍କ ସହ ସଂପର୍କ ଓ ପାରସ୍ପରିକ ବିଶ୍ୱାସ । ତେବେ ଏହି ଦୁଇଦିନ ଗସ୍ତ ସମୟରେ ପାରାଦୀପ ବେଳାଭୂମୀ ସଫେଇ ଅଭିଯାନ, ଗୋପବନ୍ଧୁ ଷ୍ଟାଡିୟମ ପରିସରରେ ବୃକ୍ଷ ରୋପଣ ଓ ଶ୍ରୀ ଲୋକନାଥ ଅନାଥ ଆଶ୍ରମରେ ରାସନ ଖାଦ୍ୟ ସାମଗ୍ରୀ ସହ କୋଭିଡ୍ ରିଲିଫ୍ ପ୍ରଦାନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ କୋଭିଡ୍ ନିୟମ ପାଳନ ପୂର୍ବକ କରାଯାଇଥିବା ଆଇଏନଏସ୍ ଚିଲିକା ଲୋକ ସଂପର୍କ ବିଭାଗ ପକ୍ଷରୁ ସୁତ୍ରରୁ ପ୍ରକାଶ କରାଯାଇଛି । ଓଡ଼ିଶା ସମାଚାର