ନିଶ୍ଚିନ୍ତକୋଇଲି, ୧୯/୦୮/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )-ହନୁମାନ ଙ୍କୁ ମହାବୀର ହନୁମାନ ବୋଲି କୁହାଯାଇ ଥାଏ । ମାତ୍ର ହନୁମାନ ବୀରତ୍ୱ ଦେଖାଇବାକୁ ଯାଇ ଯାହା ଘଟିଲା ତାହା ଦେଖଣାହାରୀ ଙ୍କ ମନରେ ରେଖାପାତ କରିଛି ଓ ଆଲୋଚ୍ୟ ବିଷୟ ହୋଇଛି । ଘଟଣା ଟି ଘଟିଛି ମହାନଦୀ ଚିତ୍ରୋତ୍ପଳା ଦ୍ବୀପାଞ୍ଚଳ ଓରିକଣ୍ଟା ବିଦ୍ୟୁତ ସେକ୍ସନ ରେ । ବିଦ୍ୟୁତ ସରବରାହ ଚାଲିଥିବା ବେଳେ ଏକ ବୁଢ଼ା ହନୁ ବିଦ୍ୟୁତ ଖୁଣ୍ଟ ଉପରକୁ ଡେଇଁ ପଡି, କରେଣ୍ଟ ଥିବା ତାର କୁ ଧରି ପକାଇବା ରୁ ସଙ୍ଗେ ସଙ୍ଗେ ତାର ପ୍ରାଣ ବାୟୁ ଉଡିଯାଇ ଥିଲା ଓ ଖୁଣ୍ଟ ରେ ଲଟକି ରହିଥିଲା । ତେବେ ଏହି ଅଂଚଳ ରେ ମାଙ୍କଡ଼ ପଲ ବୃଦ୍ଧି ପାଇଥିବା ରୁ ଏଭଳି ଘଟଣା ବୃଦ୍ଧି ପାଉଥିବେଳେ ମାଙ୍କଡ଼ ଙ୍କ ଉତ୍ପାତ ରେ ଲୋକେ ଅତିଷ୍ଠ ହେଉଛନ୍ତି । ଓଡ଼ିଶା ସମାଚାର