Tuesday , December 7 2021
Home / ବ୍ୟବସାୟ ବାଣିଜ୍ୟ / ପାରାଦ୍ୱୀପ ରୁ ଇଣ୍ଡୋନେସିଆ କୁ ଗଲା ଭାରୀ ଖଣି ଉତୋଳନକାରୀ ଉପକରଣ

ପାରାଦ୍ୱୀପ ରୁ ଇଣ୍ଡୋନେସିଆ କୁ ଗଲା ଭାରୀ ଖଣି ଉତୋଳନକାରୀ ଉପକରଣ

ପାରାଦ୍ୱୀପ ୧୯/୦୮/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ଇତିହାସରେ ପ୍ରଥମ ଥର ପାଇଁ ପାରାଦ୍ୱୀପ ବନ୍ଦର ଦେଇ ବିଦେଶକୁ ଖଣିଜ ଉତୋଳନ ଭାରୀ ଉପକରଣ ରପ୍ତାନୀ ହେଉଛି । ତି୍ରବେଣୀ ଆର୍ଥ ମୋଭର ପ୍ରାଇଭେଟ ଲିମିଟେଡ଼ ରପ୍ତାନୀକାରୀ ସଂସ୍ଥା ୪୫୦୦ ମେଟି୍ରକ ଟନ୍ ଓଜନର ୧୨୮ଟି ଭାରୀ ତଥା ଛୋଟ ଯାନ୍ତ୍ରିକ ଉପକରଣ ଯେଉଁଥିରେ ୩୭ଟି ହଉଲପକ ଟିପର ଓ ଏସ୍କାଭେଟର ଅନ୍ତଃର୍ଭୁକ୍ତ ,ଏସବୁକୁ ଇଣ୍ଡୋନେସିଆ ର ଟାବୋନୋ ବନ୍ଦର କୁ ରପ୍ତାନୀ କରୁଛି । ପାରାଦ୍ୱୀପ ବନ୍ଦର ର ଏନକୁ୍ୟ ୨ ବର୍ଥରେ ଲାଗିଥିବା “ବିବିସି ଆଲବର୍ଟା” ଜାହାଜରେ ଏହିସବୁ ଉପକରଣ ବୋଝେଇ ଚାଲିଛି । ଲଘୁଚାପ କାରଣରୁ ବୋଝେଇ କାର୍ଯ୍ୟ ପ୍ରଭାବିତ ହେଉଥିବା ବେଳେ, ଜାହାଜ ଓ ବନ୍ଦରର ନିରାପତା କୁ ଧ୍ୟାନରେ ରଖି ଭାରୀ ଯନ୍ତ୍ରଗୁଡିକ ଅତି ଯତ୍ନର ସହିତ ଲୋଡିଂ କରାଯାଉଥିବା ଜଣାପଡ଼ିଛି । ଏହି ଜାହାଜର ଏଜେ ଜିପିଆର ମେରିଟାଇମ୍ ଏଜେନ୍ସି ହୋଇଥିବା ବେଳେ ଟିପି ରଏ ଚୌଧୁରୀ ପ୍ରାଇଭେଟ୍ ଲିମିଟେଡ଼ ଏବଂ ଓଡ଼ିଶା ଷ୍ଟିଭେଡ଼ୋର୍ସ ଲିମିଟେଡ଼ ଯଥାକ୍ରମେ ଏହାର ଷ୍ଟିଭେଡ଼ୋରିଂ ଓ ଏକ୍ସପୋଟର୍ସ ହ୍ୟାଣ୍ଡଲିଂ ଏଜେ ଅଛନ୍ତି । ତେବେ ଭବିଷ୍ୟତରେ ଏହିପରି ପାରାଦ୍ୱୀପ ବନ୍ଦର ରୁ ଅଧିକ ଉପକରଣ ରପ୍ତାନୀ ହେବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ଦୁଇ ଦିନିଆ ପାରାଦୀପ ଗସ୍ତରେ କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟମନ୍ତ୍ରୀ ସାନ୍ତନୁ ଠାକୁର

ପାରାଦୀପ,୨୬/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ର ଜାହାଜ ଚଳାଚଳ,ବନ୍ଦର ଓ ଜଳମାର୍ଗ ବିଭାଗର ରଷ୍ଟ୍ରମନ୍ତ୍ରୀ  ସାନ୍ତନୁ ଠାକୁର ଦୁଇ ଦିନିଆ ପାରାଦୀପ ବନ୍ଦର …

Leave a Reply

Your email address will not be published. Required fields are marked *