Saturday , December 10 2022
Home / ବିଶେଷ / ପାରାଦୀପ ଅନଏମ୍ପଲୋଏଡ୍ ଇଞ୍ଜିନିଅର୍ସ ଆସୋସିଏସନ ତରଫରୁ ରକ୍ତଦାନ ଶିବିର

ପାରାଦୀପ ଅନଏମ୍ପଲୋଏଡ୍ ଇଞ୍ଜିନିଅର୍ସ ଆସୋସିଏସନ ତରଫରୁ ରକ୍ତଦାନ ଶିବିର

ପାରାଦୀପ ୧୯/୦୮/୨୦୨୧(ଓଡ଼ିଶା ସମାଚାର)-  ପାରାଦୀପ ଅନଏମ୍ପଲୋଏଡ୍ ଇଞ୍ଜିନିଅର୍ସ ଆସୋସିଏସନ ତରଫରୁ ଅଟଳବିହାରୀ ଟ୍ରଷ୍ଟ ପରିସରରେ ବୁଧବାର ଦିନ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରକୁ ଆସୋସିଏସନର ଉପଦେଷ୍ଟା ସଂପଦ ସ୍ୱାଇଁ ଉଦଘାଟନ କରିଥିଲେ । ଶିବିରରେ ୧୦୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଅବସରରେ ପାରାଦୀପ ଏବଂ ଆଖପାଖ ଅଂଚଳରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ଓ ସମାଜସେବୀ ମାନଙ୍କୁ ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ଶିବିରକୁ ଆସୋସିଏସନର ସଭାପତି ଗୌତମ ମିଶ୍ର ଓ ସଂପାଦକ ସୟଦ ଅଫଜଲ ଅଲ୍ଲୀ ଙ୍କ ସମେତ ସଦସ୍ୟ/ସଦସ୍ୟା ମାନେ ପରିଚାଳନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ କରୋନା କଟକଣା ମଧ୍ୟରେ ଆୟୋଜିତ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.