Monday , December 6 2021
Breaking News
Home / ବିଶେଷ / ଖରସ୍ରୋତା ନଦୀ ଜଳ ପ୍ରକଳ୍ପକୁ ବିରୋଧ କରି ନଣ୍ଡା ହେଲେ ଶୁଭାଶିଷ

ଖରସ୍ରୋତା ନଦୀ ଜଳ ପ୍ରକଳ୍ପକୁ ବିରୋଧ କରି ନଣ୍ଡା ହେଲେ ଶୁଭାଶିଷ

କେନ୍ଦ୍ରାପଡ଼ା, ୧୯/୦୮/୨୦୨୧(ଓଡ଼ିଶା ସମାଚାର)- ଖରସ୍ରୋତା ନଦୀ ଜଳ ପ୍ରକଳ୍ପ ପାଇଁ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ଯାଉଥିବା ସମସ୍ତ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀଙ୍କୁ ସୁଦ୍ଧି ହୋଇ ମୁଣ୍ଡନ କରିଛନ୍ତି ସାମାଜିକ କର୍ମୀ ଶୁଭାଶିଷ ଷଡଙ୍ଗୀ । ରାଜକନିକା ଭାରିଗଦାସ୍ଥିତ ଖରସ୍ରୋତା ନଦୀ ଜଳ ପ୍ରକଳ୍ପକୁ ବିରୋଧକରି ଗରାପୁର ଡାକବଙ୍ଗଳାଛକରେ ଥିବା ଗାନ୍ଧୀମୂର୍ତି ତଳେ ଶାନ୍ତିପୂର୍ଣ୍ଣ ଭାବେ ଦୀର୍ଘ ୬ଦିନ ଧରି ଅନଶନରେ ବସିଥିବା ସାମାଜିକକର୍ମୀ ଶ୍ରୀକାନ୍ତ ନାୟକଙ୍କ ସହିତ ଶୁଭାଶିଷ ଓ ଅନ୍ୟ ମାନଙ୍କୁ ଯେଉଁଭଳି ଭାବେ ଯୋରଜବରଦସ୍ତି ଭାବରେ ପୋଲିସ ଉଠାଇ ନେଲା ତାହାକୁ ଦୃଢ ଭାବେ ବିରୋଧ କରିଛନ୍ତି ଶୁବାଶିଷ । ସେ କହିଛନ୍ତି ଯେ ଅଗଷ୍ଟପନ୍ଦର ଅର୍ଥାତ ସ୍ୱାଧୀନତା ଦିବସ ଦିନ ଗରାପୁର ଡାକବଙ୍ଗଳା ଛକରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ଫୁଲମାଳ ଟିଏ ଦେବାକୁ ଉଚିତ ମନେକରିନଥିଲା ପ୍ରଶାସନ । କିନ୍ତୁ ସେହିଦିନ ସ୍ୱାଧୀନତା ଦିବସରେ ଆମର ମାନବିକ ଅଧିକାରକୁ କ୍ଷୂର୍ଣ୍ଣ କରାଯାଇ ପୋଲିସ ଅଧିକାରୀମାନେ ଜୋତା ପିନ୍ଧି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ନିକଟକୁ ଯାଇ ଅନଶନକାରୀଙ୍କୁ ଯୋର ଜବରଦସ୍ତ ଉଠାଇନେବା ଘଟଣାକୁ ଦୃଢ ଭାବେ ନିନ୍ଦା କରିଚନ୍ତି ଶୁଭାଶିଷ । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଅନଶନସ୍ଥଳକୁ ନଆସି ଏଭଳି ଭାବେ ପୋଲିସ ପଠାଇ ଅନଶନକାରୀଙ୍କ ସହଶେଯାରଜବରଦସ୍ତ କରି ଉଠାଇ ନେଇ ସଦର ଥାନାରେ ରଖି ରାତି ୧୦ଟାରେ ଥାନାରୁ ଛାଡିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *