ରାୟଗଡା / ଭୁବନେଶ୍ୱର,୧୮/୦୮/୨୦୨୧(ଓଡ଼ିଶା ସମାଚାର)- ଏଚଡ଼ିଏଫସି ବ୍ୟାଙ୍କ ସହାୟତା ରେ ପ୍ରୟତ୍ନ ସଂସ୍ଥା ତରଫରୁ ମଙ୍ଗଳବାର ରାୟଗଡା ବ୍ଲକ ର ୫ଟି ପଂଚାୟତ ରେ ଥିବା ୩୬ଟି ଗାଁ ରେ କୋଭିଡ ଟୀକାକାରଣ ପାଇଁ ସଚେତନତା କାର୍ୟ୍ୟକ୍ରମ କରାଯାଇଛି । ପ୍ରୟତ୍ନ ସଂସ୍ଥା ଦୀର୍ଘ ୩ ବର୍ଷ ଧରି ରାୟଗଡା ବ୍ଲକ ରେ Holistic Rural development project ଜରିଆରେ ଗାଁ ର ଉନ୍ନତି ଓ କୃଷି ର ଉନ୍ନତି ପାଇଁ ବିଭିନ୍ନ ପ୍ରକାର ସାହାଯ୍ୟ କରିଆସୁଛି । ବର୍ତମାନ କରୋନା କୁ
ହରେଇବାକୁ ଏକ ମାତ୍ର ଉପାୟ ଟୀକାକାରଣ କିନ୍ତୁ ରାୟଗଡା ର ଆଦିବାସୀ ଅଧ୍ୟୁଷିତ ଲୋକ ସଚେତନ ନଥିବାରୁ ଓ ଅନ୍ଧବିଶ୍ୱାସ ରେ ବିଶ୍ୱାସ କରି ଟୀକା ନେବା ପାଇଁ ରାଜି ହେଉନଥିଆବାରୁ କରୋନା ଟୀକାକାରଣ ପାଇଁ ଏହି କାର୍ୟ୍ୟକ୍ରମ ଜରିଆରେ ଲୋକମାନଙ୍କୁ ସଚେତନ କରାଯାଇଛି । ଏହି କାର୍ୟ୍ୟକ୍ରମ ରେ Programme Manager ଶିବ ନାରାୟଣ ତିୱାରୀ ଓ thematic expert ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ମନୋଜିତ ବେରା ଙ୍କ ସମେତ ସମସ୍ତ community organiser ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର