ଭୁବନେଶ୍ୱର,୧୮/୦୮/୨୦୨୧(ଓଡ଼ିଶା ସମାଚାର)- ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଆଜି ଭୁବନେଶ୍ୱର ରୁ ଭଦ୍ରକ ଯାଉଥିବାବେଳେ ୧୬ ନଂ ଜାତୀୟ ରାଜପଥଜାରକା ଛକ ନିକଟରେ ତାଙ୍କ ଗାଡ଼ି ନଂ – ଓଡ଼ି୨୨ ଆର ୦୦୦୧ ଦୂର୍ଘଟଣାଗ୍ରସ୍ତ ହୋଇଛି । ଗାଡି ଟି ସମ୍ପୂର୍ଣ କ୍ଷତିଗ୍ରସ୍ଥ ହୋଇଥିବା ବେଳେ ବିଧାୟକ ଶ୍ରୀ ମଲ୍ଲିକ ସୁରକ୍ଷିତ ଥିବା ସୂଚନା ମିଳିଛି । ନିକଟସ୍ଥ ହସ୍ପିଟାଲରେ ବିଧାୟକ ଶ୍ରୀ ମଲ୍ଲିକଙ୍କୁ ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିବା ବେଳେ ଖବର ପାଇ ବିଧାୟକ ପ୍ରଣବ ବଳବନ୍ତରାୟ ତାଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।
ଏକ ଟ୍ରକ୍ ତାଙ୍କ ଗାଡ଼ିକୁ ଧକା ଦେଇଛି । ବିଧାୟକ ଶ୍ରୀ ମଲ୍ଲିକ ଏବେ ଜାରକା ଡାକ୍ତରଖାନାରେ ଥିବା ସୂଚନା । ତେବେ ତାଙ୍କର ଅଳ୍ପ କେତେକ ସ୍ଥାନରେ ମାଡ଼ ହୋଇଥିବା ବେଳେ ସେ ସୁରକ୍ଷିତ ଅଛନ୍ତି।ଓଡ଼ିଶା ସମାଚାର