Sunday , December 5 2021
Home / ରାଜନୀତି / ପ୍ରମୋଦ ନାୟକ ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି ନୂତନ କାର୍ୟ୍ୟ କାରୀ ସଭାପତି ନିଯୁକ୍ତ

ପ୍ରମୋଦ ନାୟକ ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି ନୂତନ କାର୍ୟ୍ୟ କାରୀ ସଭାପତି ନିଯୁକ୍ତ

ନିଶ୍ଚିନ୍ତକୋଇଲି, ୧୮/୦୮/୨୦୨୧(ଓଡିଶା ସମାଚାର/ଅଭୟ ଜେନା): ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ ର ନୂତନ କାର୍ୟ୍ୟ କାରୀ ସଭାପତି ଭାବେ ଜଣାଶୁଣା ଯୁବ ନେତା ତଥା କଳମିଶ୍ରି ପଂଚାୟତ ବିଜେଡି ସଭାପତି ତଥା କଳା ପରିଷଦ ସଭାପତି ପ୍ରମୋଦ କୁମାର ନାୟକ ନିଯୁକ୍ତି ପାଇଛନ୍ତି । କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କ ଚିଠି ନ. ୨୧୧/୨୦୨୧ଅନୁଯାଇ ନିଯୁକ୍ତି ପତ୍ର ପଠାଇ ଥିବା ଜଣାଯାଇଛି । ଶ୍ରୀ ନାୟକ ଏହି ନିଯୁକ୍ତି ପାଇଁ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ଓ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି  । ନବନିଯୁକ୍ତ ଶ୍ରୀ ନାୟକ ଙ୍କୁ ବିଜେଡି ପର୍ୟ୍ୟବେକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ, କଳମିଶ୍ରି ଯୁବ ବିଜେଡି ସଭାପତି ବିଶ୍ୱଜିତ ପରିଡା, ପ୍ରାକ୍ତନ ସରପଞ୍ଚ ବିଶ୍ୱ ଭୂଷଣ ନାୟକ, ପ୍ରଦୀପ୍ତ ଷଡ଼ଙ୍ଗୀ, ଯୁବ ବିଜେଡି ସମ୍ପାଦକ ହିମାଂଶୁ ଶେଖର ଦାସ, ତିଲକଣା ପଂଚାୟତ ସଭାପତି ରମେଶ ଜେନା, ବନ୍ଧୁପୁର ନାରାୟଣ ସ୍ୱାଇଁ, ପାଳଦା ସଭାପତି ରବୀନ୍ଦ୍ର ଦାସ, ପ୍ରାକ୍ତନ ଅଧ୍ୟକ୍ଷ ନରେନ୍ଦ୍ର ବାରିକ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି  । ଏଥିସହ କଟକ ସଦର ଅନ୍ତର୍ଗତ ଏହି ବ୍ଲକ ରେ ଥିବା ପଂଚାୟତ ସଭାପତି ତଥା ବିଜେଡି ନେତା ଓ କର୍ମୀ ମାନେ ଶ୍ରୀ ନାୟକ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ବିବାଦରେ ପାରାଦୀପ ବିଜେପି ସଙ୍ଗଠନ- ଜିଲ୍ଲା ଉପସଭାପତିଙ୍କୁ ଆକ୍ରମଣ, ଥାନାରେ ମାମଲା

ପାରଦୀପ , ୨୫/୧୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପର ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟର ଅଧ୍ରକ୍ଷ ତଥା ଜିଲ୍ଲା ବିଜେପିର ଉପସଭାପତି ଅଜିତ …

Leave a Reply

Your email address will not be published. Required fields are marked *