Monday , November 29 2021
Breaking News
Home / ବିଶେଷ / ତଦନ୍ତ ରିପୋର୍ଟ ଦେଵାକୁ ୪୫ ଦିନ, କାର୍ୟ୍ୟାନୁଷ୍ଠାନ କୁ କେତେ ଦିନ ? ? ?

ତଦନ୍ତ ରିପୋର୍ଟ ଦେଵାକୁ ୪୫ ଦିନ, କାର୍ୟ୍ୟାନୁଷ୍ଠାନ କୁ କେତେ ଦିନ ? ? ?

 କଟକ ସଦର ୧୮/୦୮/୨୦୨୧(ଓଡିଶା ସମାଚାର/ ବିଷ୍ଣୁ ବେହେରା): କଟକ ସଦର ଵ୍ଲକର ଉରାଳି ପଞ୍ଚାୟତରେ ଗତ ବର୍ଷ ଅର୍ଥ ହଡପ ଘଟଣା ର ପର୍ଦ୍ଦାଫାଶ ଚଳିତ ବର୍ଷ ହେଵା ପରେ ହଡପକାରୀ ହଡପ ୫୪ ହଜାର ଟଙ୍କା ତହଵିଲରେ ଜମା ଦେଇଥିଲେ। ହେଲେ ହଡପକାରୀଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ପାଇଁ ପୁଣି ଥରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ସଦର ଉପଜିଲ୍ଲାପାଳ ଵିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଵିଡିଓ ଅତିରିକ୍ତ ଵିଡିଓଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏଵିଡିଓ ଚାପରେ ରହି ତଦନ୍ତ କୁ ଗଡାଇ ଚାଲିଥିଵା ଅଭିଯୋଗ ହେଉଛି। ବାଧ୍ୟ ଵାଧକତାରେ ଏଵେ ତଦନ୍ତ କରି ବିଡ଼ିଓ ଙ୍କୁ ରିପୋର୍ଟ ଦେଇଥିବା ଵେଳେ ଏହାର କାର୍ୟ୍ୟ କାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୋଷୀ ଙ୍କୁ ଖସାଇ ଦେବାକୁ ତଦନ୍ତ ରେ ଗଳାବାଟ ରହିଥିଵା ଅନୁମାନ କରାଯାଉଥିଵା ଵେଳେ ଏ ସମ୍ପର୍କରେ ଵିଡିଓ ରାଜୀବ ଲୋଚନ ପରିଡାଙ୍କୁ ପଚାରିଵାରେ ରିପୋର୍ଟ ଉପରେ ତର୍ଜମା କରାଯାଇ କାର୍ୟ୍ୟାନୁଷ୍ଠାନ ପାଇଁ ଉପଜିଲ୍ଲାପାଳ ଙ୍କୁ ରିପୋର୍ଟ ଦିଆଯିଵ ଵୋଲି କହିଛନ୍ତି। ହେଲେ ଦୋଷୀ ଚିହ୍ନଟ ହୋଇସାରିଥିଵା ବେଳେ କାର୍ୟ୍ୟାନୁଷ୍ଠାନ ପରିବର୍ତ୍ତେ କେଵଳ ଉପରୁ ତଳ ଵଲ୍ ଗଡା ଯାଇ ସମୟ ଅପଚୟ ହେଉଥିବା ଜଣାପଡ଼ିଛି। ଵ୍ଲକର ସ୍ୱଚ୍ଛତା ଦୃଷ୍ଟିରୁ ୫ଟି ସଚିଵ ଉକ୍ତ ସମ୍ବେଦନଶୀଳ ଘଟଣା ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାଵି ହେଉଛି।ଓଡ଼ିଶା ସମାଚାର

About admin

Check Also

ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରାଥମିକ ଶିକ୍ଷା ସଚେତନତା ପାଇଁ ଗୁଞ୍ଜରଣ ଯାତ୍ରା

ବାଲିଗୁଡା,୨୮/୧୧ /୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସ୍ତରୀୟ ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା …

Leave a Reply

Your email address will not be published. Required fields are marked *