Saturday , June 3 2023
Breaking News
Home / ବିଶେଷ / ଖଣ୍ଡତରୀ ଠାରେ ଜନ ଶୁଣାଣୀ ଶିବିର

ଖଣ୍ଡତରୀ ଠାରେ ଜନ ଶୁଣାଣୀ ଶିବିର

ରଘୁନାଥପୁର, ୧୮/୦୮/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଖଣ୍ଡତରୀସ୍ଥିତ ଜଇପୁର ପୁର୍ତ ବଙ୍ଗଳା ପରିସରରେ ମହାନଦୀ ଉପରେ ଜଇପୁର କଟକଟା ହାଇ ଲେବୁଲ ସେତୁ ନିର୍ମାଣ ନିମନ୍ତେ ଭୂମି ଅଧି ଗ୍ରହଣ ସମ୍ବଦ୍ଧିୟ ଏକ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଜନ ଶୁଣାଣୀ ଶିବିରରେ ଜଗତସିଂହପୁର ଅତିରିକ୍ତ ଜିଲାପାଳ ଚିନ୍ମୟୀ ସଢ଼ଙ୍ଗୀ , ରଘୁନାଥପୁର ତହସିଲଦାର ରୂପାଲିକା ଦାଶ , ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ନିମାଇଁ ଚରଣ ଦାସ, ଭୁମି ଅଧିଗ୍ରହଣ ଅଧିକାରୀ ଦିନେଶ ମିଶ୍ର , ଜିଲା ସବରେଜିଷ୍ଟ୍ରାର ଶ୍ରୀକାନ୍ତ କୁମାର ବେଉରା , ପୂର୍ତ ବିଭାଗ ଏସଡ଼ିଓ ରତିକାନ୍ତ ବେହେରା ପ୍ରମୁଖ ଏହି ଜନ ଶୁଣାଣୀ ଶିବିରରେ ଉପସ୍ଥିତ ରହି ଲୋକମାନଙ୍କର ଅଭିଯୋଗ ଶୁଣିଥିଲେ । ସୂଚନାଯୋଗ୍ୟ ଯେ ତିର୍ତୋଲ ବ୍ଲକ୍ ର ପାଇକା ଓ ମହାନଦୀ ଅବବାହିକାର ୧୦ ଗୋଟି ପଂଚରୟତର ଯାତାୟତର ସୁବିଧା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଧେଣରେ ଜଇପୁର ଠାରେ ପୂର୍ତ ବିଭାଗ ଦ୍ୱାରା ଏହି ପୋଲ ନିର୍ମାଣ କରାଯାଉଥିବାବେଳେ ସ୍ଥାନୀୟ ଖଣ୍ଡତରୀ, ଜଇପୁର ମଉଜାର ୨ ଏକର ୩୦ ଡ଼ିସିମିଲ ଜାଗା ପୋଲ ର ଆପ୍ରୋଚ ରୋଡ଼ ପାଇଁ ଅଧି ଗ୍ରହଣ କରାଯାଉଅଛି । ଏହି ଶିବିରରେ ଉପସ୍ଥିତ ଥିବା କିଛି ସ୍ଥାନୀୟ ଜନସାଧାରଣ ଜମିର ମୂଲ୍ୟ ନିର୍ଦ୍ଧାରଣ ଉପରେ ଅସନ୍ତାଷ ବ୍ୟକ୍ତ କରିବାରୁ ସେମାନେ ନିଜର ମତ ଲିଖିତ ଭାବେ ଜଗତସିଂହପୁର ଜିଲାପାଳଙ୍କୁ ଜଣାଇପାରିବେ ବୋଲି ଉପସ୍ଥିତ ପ୍ରଶାସନିକ ଅଧିକାରୀମାନେ ମତ ବ୍ୟକ୍ତ କରିଥିଲେ । ଉକ୍ତ ଶିବିରକୁ ପୂର୍ତ ବିଭାଗ ଜଇପୁର ସହକାରୀ ଯନ୍ତ୍ରୀ ବିନୟ କୁମାର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମାନସ ରଂଜନ ଦାସ, ଅନ୍ତର୍ଯ୍ୟାମୀ ସାମଲ, ଅମିତ ମହାପାତ୍ର, ଟୁଲୁ ପରିଡ଼ା, କୁଂଜ ବିହାରୀ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.