Thursday , September 28 2023
Home / ବିଶେଷ / କୁସୁମଦେଵୀ ମହିଳା କଲେଜର ମହିଳା କନିଷ୍ଠ କିରାଣି ଭିଜିଲାନ୍ସ ଦ୍ୱାରା ଗିରଫ

କୁସୁମଦେଵୀ ମହିଳା କଲେଜର ମହିଳା କନିଷ୍ଠ କିରାଣି ଭିଜିଲାନ୍ସ ଦ୍ୱାରା ଗିରଫ

କଟକ ସଦର ୧୮/୦୮/୨୦୨୧(ଓଡିଶା ସମାଚାର/ ବିଷ୍ଣୁ ବେହେରା): କଟକ କଲ୍ୟାଣୀନଗର କୁସୁମଦେଵୀ ସତସଙ୍ଗ ମହିଳା କଲେଜର ଜନୈକା ମହିଳା କନିଷ୍ଠ କିରାଣୀ ଙ୍କୁ ଭିଜିଲାନ୍ସ ଜାଲ ଵିଛାଇ ଵୁଧଵାର ରେଡହାଣ୍ଡରେ ଲାଞ୍ଚ ଟଙ୍କା ସହ ଗିରଫ କରିଥିବା ଜଣାଯାଇଛି।ପ୍ରକାଶ ଯେ ଜଣେ ପୂର୍ବତନ ରିଡରଙ୍କର ଵାକିଆ ରହିଯାଇଥିବା ଏରିଅର କରାଇ ଦେଵାକୁ ତାଙ୍କ ପତ୍ନୀଙ୍କ ଠାରୁ କନିଷ୍ଠ କିରାଣି ଜ୍ୟୋତ୍ସ୍ନା ପରିଡା ଦାଵି ମୁତାବକ ୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ କାଵୁ କରି ନେଇଥିଲେ। ଏଥିପାଇଁ ଶ୍ରୀମତୀ ପରିଡାଙ୍କୁ କଟକ ଭିଜିଲାନ୍ସ ପୋଲିସ ଥାନା ମାମଲା ନଂ ୧୩/୨୦୨୧ ଓ ଦଫା ୟୁ/ ଏସ୍ ୭ ପିସି ( ଆମେଣ୍ଡମେଣ୍ଟ) ଆକ୍ଟରେ ଗିରଫ କରାଯାଇଥିବା ଜଣାଯାଇଛି। ଓଡିଶା ସମାଚାର

Leave a Reply

Your email address will not be published. Required fields are marked *