କଟକ ସଦର ୧୮/୦୮/୨୦୨୧(ଓଡିଶା ସମାଚାର/ ବିଷ୍ଣୁ ବେହେରା): କଟକ ଜିଲ୍ଲାର ବିଭିନ୍ନ ସ୍କୁଲରେ ଖାଲି ପଡିଥିବା ସଂସ୍କୃତ,ହିନ୍ଦି,(ପିଇଟି) ଶାରୀରିକ ଶିକ୍ଷା ଶିକ୍ଷକ ମୋଟ ୨୩୫ ପଦବୀ ପୁରଣ ପାଇଁ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାପଡିଛି। ଏଥିପାଇଁ ଚଳିତ ମାସ ୨୩ ତାରିଖଠାରୁ ଆବେଦନ କରିପାରିବେ ଏବଂ ଆବେଦନ ଶେଷ ତାରିଖ ସେପ୍ଟେମ୍ବର ୧୪ ଵୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ଜିଲ୍ଲାରେ ସଂସ୍କୃତ ଶିକ୍ଷକଙ୍କ ପାଇଁ ୭୨ ଟି ପଦ ରହିଥିଵା ବେଳେ ଅନୁସୂଚିତ ଜନଜାତି ବର୍ଗରେ ୩୫ଟି, ଅନୁସୂଚିତ ଜାତି ଵର୍ଗରେ ୮ ଟି, ଏବଂ ସାଧାରଣ ଵର୍ଗରେ ୨୯ ପଦବୀ ସଂରକ୍ଷିତ ରହିଛି। ସେହିପରି ହିନ୍ଦୀ ଶିକ୍ଷକ ପାଇଁ ୧୧୧ ଟି ପଦ ରହିଛି। ସେଥିମଧ୍ୟରୁ ଅନୁସୂଚିତ ଜନଜାତି ଵର୍ଗରେ ୩୫ ଟି, ଅନୁସୂଚିତ ଜାତି ଵର୍ଗରେ ୨୦ ଟି, ଏବଂ ସାଧାରଣ ଵର୍ଗରେ ୫୬ ଟି ପଦ ସଂରକ୍ଷିତ ରହଛି। ସେହିପରି ପିଇଟି ( ଶାରିରୀକ ଶିକ୍ଷକ) ପଦବୀ ପାଇଁ ୭୦ ଟି ପଦ ମଧ୍ୟରୁ ଅନୁସୂଚିତ ଜନଜାତି ଵର୍ଗରେ ୩୨ଟି, ଏବଂ ସାଧାରଣ ଵର୍ଗରେ ୩୮ ଟି ପଦ ସଂରକ୍ଷିତ ରହିଛି।ଏହି ତିନୋଟି ଵିଭାଗର ପଦଵୀ ପୁରଣ ହେଲେ ଦୀର୍ଘଦିନ ଦିନ ହେଲା ଖାଲି ପଡିଥିଵା ସ୍କୁଲର ଛାତ୍ରଛାତ୍ରୀମାନେ ଉପକୃତ ହେଵେ ଵୋଲି ଜଣାପଡିଛି।ହେଲେ ଅନ୍ୟାନ୍ୟ ଖାଲି ପଡିଥିବା ପଦବୀ ପାଇଁ ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଦାଵି ହେଉଛି। ଓଡିଶା ସମାଚାର